ବ୍ରହ୍ମପୁର୧୪/୩(ମନୋଜ କୁମାର ପାତ୍ର): ଦୈନିକ ଖବର କାଗଜ ପ୍ରତିଦିନର ସାମ୍ୱାଦିକ ଅମର ଦାସଙ୍କ ମାତା ସ୍ନେହଲତା ଦାସଙ୍କ ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ତେବେ ସେ ଗତ କିଛି ଦୀନ ପୂର୍ବେ ହଟାତ ତଳେ ପଡ଼ିଯାଇ ଆହତ ହୋଇ ଶଯ୍ୟାଶାୟୀ ଥିଲେ। ଅରବିନ୍ଦ ନଗର ପ୍ରଥମ ଲାଇନ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି।ଏହି ଦୁଃଖଦ ଘଟଣା ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସମେତ ବହୁ ସାମ୍ୱାଦିକ ଓ ବନ୍ଧୁ ବର୍ଗ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସେ ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |