ଗଞ୍ଜାମ,୧୨/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଳାର ପୋଲସରା ବ୍ଳକ ଅଧିନସ୍ଥ ଢୁଙ୍କାପଡା ଗ୍ରାମରେ ଚାଷି ମାନଙ୍କୁ ସାର ନ ମିଳିବାରୁ ସେମାନେ କୃଷି ସମବାୟ ସମିତି କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ବସିଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ସାର ନମିଳିବାରୁ ଚାଷୀ ମାନେ ନିଜର ଅସନ୍ତୋଷ ପରିପ୍ରକାଶ କରିଛନ୍ତି । ଧାରଣା ସମୟରେ କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିନଥିବା ଜାଣିବାକୁ ମିଳିଛି । ଏଠାରେ ମୁଖ୍ୟ କଥା ହେଲା ଚାଷୀ ଚାଷ କରି ଦୁଇ ମାସ ବିତି ଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ସାର ମିଳିପାରିନାହିଁ ତେବେ ମିଳିବ କେବେ ବୋଲି ଧାରଣାରେ ବସିଥିବା ଚାଷୀମାନେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ।ଯାହା ଫଳରେ ବର୍ତ୍ତମାନ ସାଧାରଣରେ ମଧ୍ୟ ଏହାକୁ ନେଇ ଚର୍ଚା ଜୋର ଧରିଛି । ଚାଷୀମାନଙ୍କ ସମସ୍ୟା ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |