ସାର ପାଇଁ ସୁବର୍ଣ୍ଣପୁର ଲୋକାରଣ୍ୟ ସାର ନପାଇ ନିରାଶରେ ଫେରିଲେ ଚାଷୀ

ଗଞ୍ଜାମ,୧୭/୯(ମନୋଜ ପାତ୍ର): କରୋନା ପାଇଁ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ହେଉଥିବା ବେଳେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ସୁବର୍ଣ୍ଣପୁର ଠାରେ ସାର ନେବା ପାଇଁ ପ୍ରାୟ ପାଞ୍ଚଶହ ଚାଷୀ ରୁଣ୍ଡ ହେବା ଏବଂ ସାର ନପାଇ ପୁଣି ଚାଷୀ ନିରାଶରେ ଫେରିଯିବା ଚର୍ଚ୍ଚାର ବିଷୟ ପାଲୋଟିଛି l ଜରଡ଼ା, ଆମ୍ବପୁର ଓ ସାମନ୍ତରାପୁର ପଞ୍ଚାୟତର ଚାଷୀ ମାନଙ୍କୁ ସାର ଯୋଗାଇବା ପାଇଁ ଜରଡ଼ା ସୋସାଇଟି ଦ୍ୱାରା ସୁବର୍ଣ୍ଣପୁର ମଠ ଗୋଦାମ ଗୃହରେ ସାର ରଖାଯାଇଛି ଆବଶ୍ୟକୀୟ ସାର ମହଜୁଦ ନଥିବା ହେତୁ ଚାଷୀଙ୍କୁ ସାର ବଣ୍ଟନରେ ବ୍ୟାଘାତ ସୃଷ୍ଟି ହେଉଛି l ୧୦ ଦିନ ପୂର୍ବେ ସାର ବଣ୍ଟନ ବେଳେ ପାଟିତୁଣ୍ଡ ହୋଇ ସମସ୍ୟା ଉପୁଜିବାରୁ ସାର ବଣ୍ଟନ ବନ୍ଦ ହୋଇଯାଇଥିଲା l ପ୍ରତ୍ୟେକ ଚାଷୀଙ୍କୁ ଗୋଟେ ଲେଖାଏଁ ସାର ବସ୍ତା ଦେବା ଲକ୍ଷ୍ୟରେ ଆଜି ଚାଷୀଙ୍କୁ ସୂଚନା ଦିଆଯାଇଥିବା ବେଳେ ଅଧିକ ସାର ଯୋଗାଇବା ପାଇଁ କେତେକ ଚାଷୀ ଅଡ଼ି ବସିଥିଲେ l ପ୍ରବଳ ପାଟିତୁଣ୍ଡ ହେବା ଫଳରେ ଅଧିକା ସାର ଆସିଲେ ବଣ୍ଟନ ହେବ ବୋଲି ସୋସାଇଟି ଓ କୃଷି ବିଭାଗ ତରଫରୁ ଘୋଷଣା କରିବା ପରେ ଚାଷୀମାନେ ନିରାଶରେ ଫେରିଯାଇଥିଲେ l ଆବଶ୍ୟକତା ସମୟରେ ସାର ନଯୋଗାଇ ପରେ ଦେଲେ ଚାଷୀଙ୍କ କେଉଁ ହିତରେ ଆସିବ ବୋଲି ଚାଷୀ ମାନେ ଅଭିଯୋଗ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!