ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ  କିନ୍ନରଙ୍କ ଆତ୍ମହତ୍ୟା

ପୁରୀ, ୧/୫: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜନୈକ କିନ୍ନରଙ୍କ ଆତ୍ମହତ୍ୟା। କିନ୍ନର ଜଣକ ହେଉଛନ୍ତି ନିମାପଡା ଗଡଇଟା ପୋଖରୀ ଗ୍ରାମର ବଳରାମ ରାଉତ । ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ପୋଲିସ ଉକ୍ତ କିନ୍ନରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲକୁ ପଠାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହି ଘଟଣା ଘଟିଥିବାରୁ ନୀତିକାନ୍ତିରେ କୌଣସି ବ୍ୟାଘାତ ହୋଇନାହିଁ।‌ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ପୋଲିସ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: