ସିଆରପିଏଫଙ୍କ ତରଫରୁ ଗରିବ ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

ମୁନିଗୁଡା,୨୬/୫ (ନନ୍ଦ କିଶୋର ପଟ୍ଟନାୟକ):କୋଭିଡ-19 ବା କରୋନାର ଦ୍ଵିତୀୟ ଲୋହରୀରେ ବର୍ତମାନ ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ଦେଖି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ ସିଆରପିଏଫର ମୁଖ୍ୟ କାର୍ଯ୍ୟାଳୟ ଠାରେ ବାଟାଲିୟନର କମାଣ୍ଡେଣ୍ଟ ନରେନ୍ଦ୍ର କୁମାର ସିଂ ଙ୍କ ନିର୍ଦେଶ କ୍ରମେ ଆଖପାଖ ଗ୍ରାମ ଝିଲିଗୁଡା, ସୁନାବନ୍ଧ,କୁଦୁଲିମା ଓ କୁଦୁଲିମା ହରିଜନ ସାହି ସହ ଅନ୍ୟାନ୍ୟ ଗ୍ରାମର ଗରିବ ଓ ଅସହାୟ ଲୋକଙ୍କୁ ଚାଉଳ,ଡାଲି,ସାବୁନ,ସର୍ଫ ସହ ଅନ୍ୟ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି ରାସନ ସାମଗ୍ରୀ ଅଞ୍ଚଳର ଦୁଇ ଶହ ଲୋକଙ୍କୁ ବଣ୍ଟନ କରାଯାଇଥିବା ଜଣାପଡିଛି l ଅଞ୍ଚଳର ଲୋକେ ଏହି ରାସନ ସାମଗ୍ରୀ ଗୁଡିକୁ ଖୁସିର ସହ ଗ୍ରହଣ କରିଥିଲେ l ପରେ ସିଆରପିଏଫଙ୍କ ଏପରି ମହାନତା କାର୍ଯ୍ୟ ପାଇଁ ଅଞ୍ଚଳର ଲୋକେ ସମସ୍ତ ସିଆରପିଏଫ ଯବାନ ମାନଙ୍କୁ ସାଧୁବାଦ ଜଣାଇବାସହ କମାଣ୍ଡେଣ୍ଟ ନରେନ୍ଦ୍ର କୁମାର ସିଂ ଙ୍କୁ ଧନ୍ୟବାଦ ଦେଇଥିଲେ l ସୂଚନା ଯେ ଗତ ବର୍ଷ ମଧ୍ୟ କରୋନା ସମୟରେ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଏହିପରି ଭାବେ ରାସନ ସାମଗ୍ରୀ ବଣ୍ଟନ କରିବା ସହ ମୁନିଗୁଡା ସହରରେ ମଧ୍ୟ ରାସ୍ତାରେ ବୁଲୁଥିବା ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: