ମୁନିଗୁଡା,8/3/21 (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଅବସ୍ଥାପିତ 8ମ ବାଟାଲିୟନ ସିଆରପିଏଫ ତରଫରୁ କମାଣ୍ଡେଣ୍ଟ ଏନ.କେ.ସିଂ ଙ୍କ ନିର୍ଦେଶକ୍ରମେ ମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଡେପୁଟି କମାଣ୍ଡେଣ୍ଟ ଅରବିନ୍ଦ ସିଂ ୟାଦବ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବାସହ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ମହିଳା ସଶକ୍ତିକରଣ ଉପରେ ଉଦବୋଧନ ଦେବା ସହ ଜୀବନରେ ଭଲ ପାଠ ପଡିବା ସହ ଆଗାମୀ ଦିନରେ ବାୟୁସେନା,ସ୍ଥଳ ସେନା, ମିଲେଟ୍ରି ଯବାନ ସହ ବିଭିନ୍ନ କ୍ଷେତ୍ରରେ ଜଣେ ଜଣେ ଭଲ ଅଧିକାରୀ ହୋଇ ଦେଶ ସେବା କରିବାକୁ ପ୍ରେରଣାଦାୟ ଉପଦେଶ ଦେଇଥିଲେ l ଶେଷରେ ସିଆରପିଏଫ କ୍ୟାମ୍ପର ମହିଳା ଡାକ୍ତର ବି. ନାଗମଣୀ ଓ ANM ସବିତା ନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କ ସହ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ବିଷୟକୁ ନେଇ ଆଲୋଚନା କରିବା ସହ ସମସ୍ତ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରିୟଦର୍ଶିନୀ, ରଶ୍ମିତା ଦିଗାଲ, ମାନସୀ ମହାନ୍ତି, ଅନପୂର୍ଣ୍ଣା ଗିରି, ଶିକ୍ଷକ ପତିତପାବନ ଜେନା, କିଶୋର ପ୍ରଧାନ, ଅଚ୍ୟୁତାନନ୍ଦ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |