ମୁନିଗୁଡା,12/3 (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଅବସ୍ଥାପିତ 8ମ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ମୁନିଗୁଡାସ୍ଥିତ ଆରଏମସି ଗୋଦାମ ପରିସରରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ କମାଣ୍ଡେଣ୍ଟ ଏନ.କେ.ସିଂ ସମ୍ମାନିତ ଅତିଥିଭାବେ ସେକେଣ୍ଡ ଇନ କମାଣ୍ଡେଣ୍ଟ ରାମଅବତାର ଭାଲୋଟିଆ,ଡେପୁଟି କମାଣ୍ଡେଣ୍ଟ ଅରବିନ୍ଦ ସିଂ ୟାଦବ, ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ l ପରେ 19 ମାର୍ଚ୍ଚରେ ସିଆରପିଫର 82ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ରକ୍ତଦାନ ଶିବିର କରାଯାଇ ଆଗାମୀ ଦିନରେ କେହି ମଧ୍ୟ ରକ୍ତ ହୀନତାର ଅଭାବର ଶିକାର ନହୋଇ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ବୋଲି ଏହି ରକ୍ତଦାନ ଶିବିରର ମୁଖ୍ୟ ଉଦେଶ୍ୟ ବୋଲି କମାଣ୍ଡେଣ୍ଟ ଶ୍ରୀ ସିଂ ପ୍ରକାଶ କରିବା ସହ ଏହି ଅବସରରେ 40 ଜଣ ଯବାନ 40 ୟୁନିଟ ରକ୍ତ ଦାନ କରିଥିବା ସୂଚନା ଦେଇଥିଲେ l ଏଥିସହ ସିଆରପିଏଫଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ସହ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ସେନାରେ ଭର୍ତି ହୋଇ ଜଣେ ଜଣେ ଯବାନ ଓ ସେନା ଅଧିକାରୀ ହୋଇ ଦେଶ ସେବା କରିବାକୁ ପ୍ରେରଣାଦାୟୀ ଉପଦେଶ ଦେଉଥିବା ଜଣାପଡିଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |