ନୂଆଦିଲ୍ଲୀ ୦୨/୧୨: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି ବରାଡକୁ ଗିରଫ କରାଯାଇଛି। ସୂଚନାନୁସାରେ, କାଲିଫର୍ଣ୍ଣିଆରୁ ଗୋଲ୍ଡିକୁ ଗିରଫ କରାଯାଇଛି। ନଭେମ୍ବର ୨୦ରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ହେପାଜତରେ ନିଆଯାଇଥିଲା। ତେବେ ଗୋଲ୍ଡିର ଗିରଫ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ।ଏହାପୂର୍ବରୁ ମୁସେୱାଲାଙ୍କ ବାପା ବଲକୌର ସିଂହ ଗୋଲ୍ଡି ବରାଡର ଗିରଫ ନହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେକେହି ବି ଗୋଲ୍ଡିର ଠିକଣା କହିବ ସେ ନିଜ ଜମି ବିକ୍ରି କରି ତାଙ୍କୁ ଦୁଇ କୋଟି ଟଙ୍କା ଦେବେ। ଏହାର ଗୋଟିଏ ଦିନ ପରେ ଗୋଲ୍ଡିର ଗିରଫ ଖବର ସାମ୍ନାକୁ ଆସିଛି। ତେବେ ସୁରକ୍ଷା ଏଜେନ୍ସି ଆମେରିକା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି।ଗୋଲଡି ବରାଡ଼ ବହୁ ବର୍ଷ ଧରି କାନାଡାରେ ରହି ଅନେକ ଗୁରୁତର ଅପରାଧ କରିଆସୁଥିଲା । କାନାଡାରୁ ହିଁ ସେ ଭାରତରେ ହତ୍ୟା ଏବଂ ଚୋରା ଚାଲାଣ କାମ କରୁଛିି । ଏଥିପାଇଁ ତାକୁ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମଧ୍ୟ ସେ ବିଦେଶରେ ବସି ବସି ନିଜ ଗୁଣ୍ଡାମାନଙ୍କ ଦ୍ୱାରା କରାଇଥିଲା । ଏହା ପରେ ସେ ଆମେରିକା ପଳାଇଥିଲା । ଚଳିତ ବର୍ଷ ମେ ୨୯ ରେ ଜବାହରକେ ଗାଁରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଯେତେବେଳେ ଏହି ହତ୍ୟାକାଣ୍ଡ ଘଟିଲା, ମୁସେୱାଲା ତାଙ୍କ ଥର ଜିପ୍ ରେ କୌଣସି ସ୍ଥାନକୁ ଯାଉଥିଲେ। ଏହି ସମୟରେ ୬ ଜଣ ଆକ୍ରମଣକାରୀ ତାଙ୍କ ଗାଡିକୁ ଘେରି ଗୁଳି ଚଳାଇଥିଲେ। ଏହି ମାମଲାରେ ୪ ଜଣ ସୁଟରଙ୍କୁ ଗିରଫ କରାଯାଇଥିବାବେଳେ ଏନକାଉଣ୍ଟରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |