ସିପିଏମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି ,୨୧/୯(ଶ୍ରୀନିବାସ ପଣ୍ଡା):- ମାଲକାନଗିରି ଜିଲ୍ଲା ସଦର ମହକୁମା ମାଲ୍ୟବନ୍ତ ଲଜ ଠାରେ ଆଜି ସିପିଏମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଥିବା କୃଷି ବିରୋଧୀ ଆଇନ ବିରୁଦ୍ଧରେ ଆଗାମୀ ସତେଇସ ତାରିଖ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା। ସେଇ ପରିପେକ୍ଷିରେ ସିପିଏମ ରାଜ୍ୟ ସମ୍ପାଦକ କମ୍ରେଡ଼ ଅଳି କିଶୋର ପଟ୍ଟନାୟକ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଅନ୍ୟାନ୍ୟ ଚାଷୀ ସଙ୍ଗଠନ ମାନଙ୍କ ସହ ବନ୍ଦକୁ ସଫଳ କରିବା ବିଷୟରେ ଆଲୋଚନା କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ କୃଷି କାନୁନ ବିଷୟରେ ଅବଗତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: