ଭୁବନେଶ୍ୱର୦୪/୦୮: ସବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ମହିମାଙ୍କ ଘର ସମେତ କାର୍ଯ୍ୟାଳୟରେ ସିବିଆଇ ଟିମ୍ ଚଢ଼ାଉ କରୁଥିବା ଜଣାପଡ଼ିଛି । କଟକସ୍ଥିତ OSL ଅଫିସ୍ରେ ସିବିଆଇ ରେଡ୍ । ପାରାଦୀପର କିଛି ସ୍ଥାନରେ ମଧ୍ୟ ସିବିଆଇ ରେଡ୍ କରୁଥିବା ସୂଚନା ମଳିଛି । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ମଧ୍ୟ ଚଢାଉ ହୋଇଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛିକଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଏଥିରେ ସିବିଆଇର ବହୁ ଅଧିକାରୀ ସାମିଲ ଥିବା କୁହାଯାଉଛି । ଏଥି ସହିତ କଟକ ଓଡ଼ିଆ ବଜାରରେ ଥିବା ମହିମା ମିଶ୍ରଙ୍କ ଘର ଓ ଲିଂକ ରୋଡ୍ ସ୍ଥିତ ଓଏସଏଲ କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରାଯାଉଛି । ସେପଟେ ପାରାଦୀପରେ ମଧ୍ୟ ଚାଲିଛି ଚଢ଼ାଉ । ବଡ଼ ପଡ଼ିଆ ସ୍ଥିତ ଓଏସଏଲ୍ ଅଫିସରେ ରେଡ୍ ଚାଲିଥିବା ବେଳେ ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ସିବିଆଇ ଜେରା କରୁଛି । ମିଳିଥିବା ସୂଚନା ଅନୁସାରେ ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଜେରା କରୁଥିବା ଜଣାପଡ଼ିଛି । ଉଭୟଙ୍କୁ ପାରାଦୀପର ଏକ ଗେଷ୍ଟହାଉସକୁ ନେଇ ପଚରାଉଚରା କରାଯାଉଛି ।କଟକ ଲିଙ୍କ୍ ରୋଡ୍ ସ୍ଥିତ OSL ଅଫିସରେ ସିବିଆଇ ରେଡ୍ କରିଛି । ପାରାଦୀପ ବଡ଼ପଡ଼ିଆ ସ୍ଥିତ OSL ଅଫିସରେ ମଧ୍ୟ ରେଡ୍ ହୋଇଛି । ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ସିବିଆଇର ଜେରା କରିଥିବାର ସୂଚନା ମିଳିଛି । ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା ଚାଲିଛି । ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍ ବ୍ୟାଙ୍କକର ଏକ ହୋଟେଲରୁ ୨୦୧ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କ’ଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |