ଭୁବନେଶ୍ଵର ୧୭।୯: ସିଲ୍ ହେଲା ଭୁବନେଶ୍ଵର ତହସିଲ୍ ଅଫିସ୍ । ଲାଗାତାର ଭାବେ ତହସିଲ୍ ଅଫିସ୍ ରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ୍ ହୋଇଛି । ଏଠାରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ପଦକ୍ଷେପ ନିଆଯାଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅଫିସକୁ ସିଲ୍ କରିଛି ବିଏମ୍ସି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅଫିସର ୪ ଜଣ, ତହସିଲ ଅଫିସର ୩ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |