ସିଲ୍ ହେଲା ଭୁବନେଶ୍ୱରରେ ରିଲାଏନ୍ସ ଫ୍ରେସ୍

ଭୁବନେଶ୍ୱର,୧୭/୦୭ : ସିଲ୍ ହେଲା ଭୁବନେଶ୍ୱରରେ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ସି| ସିଲ୍ ହେଲା ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ । ତେବେ ଏହା କୋଭିଡ କଟକଣାକୁ ନେଇ ନୁହେଁ ବରଂ ପରିମଳ ବ୍ୟବସ୍ଥାକୁ ନେଇ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ । ତେବେ ସିଲ୍ ହେବାର କାରଣ ହେଉଛି ରିଲାଏନସ ଫ୍ରେସ ଆଖପାଖରେ ପଡ଼ି ରହିଥିଲା ଅଳିଆ। ଅଳିଆ ଆବର୍ଜନା ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିଲା । ଫଳରେ ରିଲାଏନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଷ୍ଟୋରକୁ ୩ ଦିନ ପାଇଁ ମଧ୍ୟ ବନ୍ଦ କରାଯାଇଛି । ସମାନ ଅବସ୍ଥା ନିକଟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲିଜ୍ ସହିତ ମଧ୍ୟ ହୋଇଥିଲା । ପରିମଳ ବ୍ୟବସ୍ଥା ଖରାପ ଥିବାରୁ ଗ୍ରୀନ ଚିଲିଜ୍ କୁ ସିଲ୍ କରିଥିଲେ ଅଧିକାରୀ ।ଆଗ ପରିମଳ ବ୍ୟବସ୍ଥା ସୁଧାରିବା ପରେ ଦୋକାନ ଖୋଲିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହିତ ମଧ୍ୟ ଚେତାବନୀ ଦିଆଯାଇଛି ଯେ ରାଜଧାନୀର ଆଉ ଯେଉଁଠି ଯେଉଁଠି ଏଭଳି ସମସ୍ୟା ଦେଖାଦେବ ସେଠାରେ ମଧ୍ୟ ଏମିତି କାଗଜ ଲଗାଇ ଦିଆଯିବ, ସଟର ଟାଣି ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: