ସିହୋପଡା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଚାଷୀ ହତାସ

ରାଜକନିକା ,୨୯/୩:କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ,କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା।ଚାଷୀ କିଭଳି ସଶକ୍ତ ହୋଇପାରିବେ ସେଥିପାଇଁ ତୃଣମୂଳସ୍ତରୁ ପ୍ରାଥମିକ କୃଷି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ଦିଆଯାଉଛି ପ୍ରର୍ଯ୍ୟାପ୍ତ ପରିମାଣର ପ୍ରୋତ୍ସାହନ ରାଶୀ ,ହେଲେ ଚାଷୀ ଏଥିରୁ କେତେଟା ଲାଭ ପାଉଛି ତାହା ଏଵେବି ରହସ୍ୟରେ। ଏଥିପାଇଁ ତ ଚାଷୀ ସଵୁବେଳେ ତାହାର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛି। ଯାହାକି ଗ୍ରାମାଞ୍ଚଳର ଏହି ସମବାୟ ସଂସ୍ଥା ବିବାଦରେ ରହି   ଆସିଛି। ଚାଷୀଙ୍କୁ ଶୋଷଣ କରି ତଳୁ ଉପର ଯାଏ ଲୁଟୁଥିବା ଏହି ଅନୁଷ୍ଠାନର ଅଧିକାରୀମାନେ କୋଟି କୋଟି ଟଙ୍କାର କଳାଧନ ଠୁଳ କରୁ ଥିବା ବେଳେ କିନ୍ତୁ ଚାଷୀ ନିଜ ବୀମାଟଙ୍କା ଗଣ୍ଡାକ ପାଇଁ ବି ଦୈଡି ଦୈଡି ନୟାନ୍ତ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି   ସିହୋପଡା ପ୍ରାଥମିକ କୃଷି ସେବା ସମବାୟ ସମିତିରେ।   ।ବ୍ଲକର ଅନ୍ୟ ସମବାୟ ସମିତିର ଚାଷୀଙ୍କ ପ୍ରତି ଅଣଦେଖା ପରି ଏଠାରେ ମଧ୍ୟ ଚାଷୀମାରଣ ନିତି ଦେଖିବାକୁ ମିଳିଛି ।ପ୍ରଥମତ ଏଠାରେ ଚାଷୀଙ୍କ ପାଖେ ଋଣ ସମ୍ବନ୍ଧୀୟ କାଗଜାତ୍ ରହିବା ସ୍ଥଳେ ରହୁଛି ସମବାୟ ସମିତି ହେପାଜତରେ। ଫଳରେ ଚାଷୀର କେତେ ଋଣ,ସଞ୍ଚୟ କେତେ,ବୀମାରାଶି କେତେ ତାହା ଚାଷୀକୁ ଜଣା ନ ଥାଏ।ଋଣ ପରେ ଚାଷୀକୁ ଏକକାଳୀନ କେଵେ ବି ରାଶି ପ୍ରଦାନ ନ କରି ଥୋପ ଦେଲାଭଳି ଥରକୁ ଥର ଦେବାର ଅଭିଯୋଗ ହେଉଛି।ମରୁଡି,ବନ୍ୟା ଭଳି ପ୍ରାକୃତିକ ବିପଯ୍ର୍ୟୟ ବେଳେ ମିଳୁ ଥିବା ସରକାରୀ ସହାୟତା ପ୍ରୋତ୍ସାହନ ରାଶି ଚାଷୀଙ୍କୁ ଦିଆଯାଉ ନ ଥିବାର ଅଭିଯୋଗ ହେଉଛି।କିଏ କେମିତି ଚାଷୀ ଏଇ ବୀମାରାଶିକୁ ନିଜ ପାରିଲାପଣିଆରେ ହାତେଇ ନେଉଥିବା ଵେଳେ ସର୍ବାଧିକ ଚାଷୀ ଏହି ରାଶି ପାଇଵାରୁ ବଞ୍ଚିତ ହେଉଛନ୍ତି।ଏମିତିକି ରାଶିଗଣ୍ଡାକ ପାଇଁ ଅଫିସକୁ ଦଉଡି ଦଉଡି ଚପଲ  ସିନା ଛିଡୁଛି ହେଲେ ଟଙ୍କା ମିଳୁନାହିଁ।କରୋନା ଭଳି ସଙ୍କଟମୟ ସମୟରେ ମୁରାଦପୁର,ଭାମଣ୍ଡା,ଉଜାଙ୍ଗ,କୈଥାପାଳ, ହାବଳଗଣ୍ଡ ମୈଜାର ଶହ ଶହ ଚାଷୀଙ୍କ ବୀମାଟଙ୍କା ଫେରାଇବାରେ ଟାଳଟୁଳ ନିତି ଆପଣେଇ ସମ୍ପାଦକ ନିରବଦ୍ରଷ୍ଟା ସାଜିଛନ୍ତି।ସିହୋପଡା ସୋସାଇଟର ନିଜସ୍ୱ ଗୃହ ଅଧାପନ୍ତରିଆ ଭାବେ ପଡି ରହିଥିବା ବେଳେ ସାତ କିଲୋମିଟର ଦୂର ସମ୍ପାଦକଙ୍କ ନିଜ ଗ୍ରାମରେ ଭଡା ସୁତ୍ରରେ ଅଫିସ ଚଲାଉଥିବା ବେଳେ ପୁଣି କିଛି ଦିନ ହେଵ ଅଫିସ ପେଗରପଡା ପ୍ରତାପପୁରକୁ ଉଠି ଯାଇଛି।ଯାହାକି ଚାଷୀଙ୍କୁ ଏ ସମ୍ପର୍କରେ ଜଣାଇ ନ ଥିବାରୁ ଚାଷୀ ଅଫିସ କେଉଁଠି ଅଛି ତାହା ବି ଜାଣି ପାରୁ ନାହାନ୍ତି।ଏମିତି କି ପ୍ରତାପପୂର ଅଫିସକୁ କେତେକ ଚାଷୀ ବୀମାଟଙ୍କା ପାଇଁ ଯାଉଥିଲେ ବି ଅଫିସରେ ସବୁବେଳେ ତାଲା ଝୁଲୁଥିବାର କଥା କହୁଛନ୍ତି।ଚାଷୀ ଏମିତି ବାରମ୍ବାର ଫେରି କାନ୍ଦୁଥିବାର ଲକ୍ଷ୍ୟ କରାଯାଉଛି।ସମ୍ପାଦକ କେବେ ବି ଚାଷୀଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେଉଛି।ଏଣୁ ସମବାୟ ସମିତି ଉପରୁ ଧିରେ ଧିରେ ଚାଷୀଙ୍କ ଆସ୍ଥା ତୁଟୁଥିବା ନେଇ ଜଣାପଡୁଛି ବହୁ ମହିଳା ଚାଷୀଙ୍କ ଅଭିଯୋଗ ଯେ ଥରେ ନୁହେ ଦିଥର ନୁହେ ବାର ବାର ଯିବା ପରେ ତାଙ୍କ ଟଙ୍କା ମିଳୁନାହିଁ।ଵିଵାଦ ଘେରକୁ ଆସୁଥିବା ଏହି ସୋସାଇଟ୍ ଉପରେ ଉପରିସ୍ଥ ଅଧିକାରୀଙ୍କ ପଦକ୍ଷେପ ନେବାର ଆବଶ୍ୟ କତା ପାଇଁ ସାଧାରଣ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।ଅନ୍ୟଥା ସମିତିର ଏଭଳି ଚାଷୀମାରଣ ନିତି ବିରୋଧରେ ଚାଷୀ ସୁବାସ ବାରିକ୍,ବାବୁ ମହାନ୍ତି ଦର୍ପହରି ନାୟକ,ସଂଧ୍ୟାରାଣୀ ନାୟକ,ଶ୍ରୀକାନ୍ତ ନାୟକ,ଚନ୍ଦ୍ରଭାନୁ କରଣ, ରଜତ ନାୟକ,ଜାନୁଆ ଜେନା,କାଉରୀ ଜେନା,ସନାତନ ଜେନା,ରାଜେନ୍ଦ୍ର ପରିଡା,ନିଧି ସେଠୀ,ଜୟନ୍ତୀ ନାୟକ ପ୍ରମୁଖ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ, ରାଜକନିକା ଶାଖା ପରିଚାଳକ ରବିନାରାୟଣ ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତିଯେ ଘଟଣାର ତଦନ୍ତ କରୁଛି।

-Advertisement-

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: