ବେଙ୍ଗାଲୁରୁ,୨୨।୧ : ସୀତାଙ୍କ ସହ ବସି ମଦ ପିଉଥିବା ଭଗବାନ ରାମ ଅନ୍ୟ ପାଇଁ ଆଦର୍ଶ କେମିତି? କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ପ୍ରଭୁ ରାମଙ୍କୁ ନେଇ ଏଭଳି ଅପମାନିତ କରିବା ଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ କେ.ଏସ୍ ଭଗବାନ୍ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ପ୍ରଭୁ ରାମ ଜଣେ ମଦ୍ୟପ ଥିଲେ। ସେ ତାଙ୍କ ପତ୍ନୀ ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେବା ପରେ ତାଙ୍କ ବିଷୟରେ ଚିନ୍ତା କରିନଥିଲେ। ସେ ଭଗବାନ ରାମ ଏବଂ ସୀତାଙ୍କ ବିଷୟରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଦାବି କରିଛି ଯେ ବାଲ୍ମିକୀ ରାମାୟଣରେ କୁହାଯାଇଛି ଯେ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ। ସେ ତାଙ୍କ ପତ୍ନୀ ସୀତାଙ୍କ ବିଷୟରେ ତିଳେ ମାତ୍ର ଚିନ୍ତା ନ କରି ତାଙ୍କୁ ଜଙ୍ଗଲକୁ ପଠାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ରାମ ଏକ ଗଛ ତଳେ ତପସ୍ୟା କରୁଥିବା ଶୁଦ୍ର ଶମ୍ବୁକଙ୍କ ମୁଣ୍ଡ କାଟି ଦେଇଥିଲେ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ରାମ କିପରି ଜଣେ ଆଦର୍ଶ ପୁରୁଷ ହୋଇପାରିବେ? ରାମ ରାଜ୍ୟ ଗଠନ କରିବା କଥା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ବାଲ୍ମିକୀ ରାମାୟଣର ଉତ୍ତର କାଣ୍ଡ ଦର୍ଶାଏ ଯେ ପ୍ରଭୁ ରାମ ଆଦର୍ଶ ପୁରୁଷ ନ ଥିଲେ। ସେ ୧୧ ,୦୦୦ ବର୍ଷ ଶାସନ କରି ନ ଥିଲେ। ତାଙ୍କ ଶାସନ କାଳ ମାତ୍ର ୧୧ ବର୍ଷ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |