ସୁକୁଣ୍ଡାରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,୨୮/୧(ମନୋଜ କୁମାର ପାତ୍ର):ଲାଲା ଲଜପତ ରାୟଙ୍କ ୧୫୬ତମ ଜନ୍ମ ବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ତରଫରୁ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଲାଲା ଲଜପତ ରାୟଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯାଇଥିଲା। ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପୌରାହିତ୍ୟିରେ ଅନୁଷ୍ଠିତ ଏହି ଶିବିରରେ ଲୋକ ସେବକ ମଣ୍ଡଳର ଅସୋସିଏଟ ଡ଼. ଶଙ୍କର ମାଝୀ ଓ ହରି କୃଷ୍ଣ କୋଠିଆ, ଅଧ୍ୟାପକ ରମେଶ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ସାମନ୍ତ, ସମାଜସେବୀ ପଲ୍ଲବ ଦାସ, ଗୋକର୍ଣ୍ଣେଶ୍ୱର ମନ୍ଦିର ଉନ୍ନୟନ କମିଟିର ସଭାପତି ଭଗବାନ ପାଢ଼ୀ, ଭଗତ ସିଂ ଯୁବକ ସଙ୍ଘର ସଭାପତି ମନୋଜ କୁମାର ଚୌଧୁରୀ,ଗୋପାଳ ସମାଜ ସଭାପତି ବିଜୟ ଚନ୍ଦ୍ର ଗୌଡ଼,ବିଜେପି ନେତ୍ରୀ ମାନିନୀ ଦେବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଉପସ୍ଥିତ ଥିଲେ ।

WhatsApp Image 2021 01 28 at 8.11.53 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: