ସୁଖଜିନ୍ଦର ରନ୍ଧାୱା ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ ୧୯।୯ : ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ସୁଖଜିନ୍ଦର ରନ୍ଧାୱା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଆଗୁଆ ରହିଥିବା ଜଣାପଡିଛି । ରାଜ୍ୟରେ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ତାଙ୍କ ଇସ୍ତଫା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ କଥା ବି ପଞ୍ଜାବ କଂଗ୍ରେସ ଚିନ୍ତା କରୁଥିବା ଜଣାପଡିଛି।ପଞ୍ଜାବ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ବାସଭବନରେ ଆଲୋଚନା ଜାରି ରହିଛି। ଏଆଇସିସି ବୈଠକରେ ଅମ୍ବିକା ସୋନୀ ମଧ୍ୟ ଉପସ୍ଥିତ ଅଛନ୍ତି। ଖୁବ୍ ଶୀଘ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: