ସୁନା ଦର ୫୦ ହଜାର ଟଙ୍କା ଛୁଇଁବ

ନୂଆଦିଲ୍ଲୀ: ସୁନା ଦର ଗୁରୁବାର ପ୍ରତି ୧୦ ଗ୍ରାମ୍‌ ୨୫୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୪୦ ହଜାର ଟଙ୍କା ଟପିଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁରୁବାର ସୁନା ଦର ୪୦,୨୨୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବୁଧବାର ସୁନା ଦର ୩୦୦ ଟଙ୍କା ବଢ଼ିଥିଲା। ସେହିପରି ଚାହିଦା ବୃଦ୍ଧି କାରଣରୁ ରୁପା ଦର ମଧ୍ୟ ଦିନେ ଦୁଇଦିନ ଭିତରେ ରେକର୍ଡ ୫୦ ହଜାର ଟଙ୍କା ଛୁଇଁବାକୁ ଯାଉଛି। ଗୁରୁବାର ରୁପା ଦର କେଜି ୨୦୦ ଟଙ୍କା ବଢ଼ି ୪୯,୦୫୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବ୍ରେକ୍‌ଜିଟର ଅଗ୍ରଗତି, ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନେଇ ଆସନ୍ତା ସପ୍ତାହରେ ହେବାକୁ ଥିବା ଆଲୋଚନାରୁ ସୁନା ଦର ଉପରେ ପ୍ରଭାବ ପକାଇବ ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ(କମୋଡିଟି) ତପନ ପଟେଲ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: