ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲୁଟେରା

ଗଞ୍ଜାମ,୨୬/୮(ମନୋଜ ପାତ୍ର): ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ନିକଟରେ ଥିବା ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି ।ଜଣେ ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ ସୁନା ସହ ୨୦ କିଲୋଗ୍ରାମ ରୁପା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଲୁଟେରା ମାନେ l ଆଜି ରାତି ୮.୩୦ ବେଳେ ଛତ୍ରପୁର କାରିଣୀ ବଜାରରେ ଥିବା ମା ସାରାଳା ଜୁଏଲରୀ ମାଲିକ ଶରତ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଲକ୍ଷ୍ମିପ୍ରିୟା ସାହୁ ନିଜ ଦୋକାନ ବନ୍ଦ କରି ସାଇନଗର ପ୍ରଥମ ଲାଇନରେ ଥିବା ଘରକୁ ଏକ ସ୍କୁଟି ଗାଡ଼ିରେ ଫେରୁଥିଲେ l ଏହି ସମୟରେ କୋର୍ଟ ଷ୍ଟେସନ ପରେ ଗଳା ଶଙ୍ଖ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ମୋଟର ସାଇକେଲରେ ଆସି ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ ଓ ପରେ ମାରଣାସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରି ସ୍କୁଟି ଡିକିରେ ଥିବା ସୁନା ଓ ରୁପା ଅଳଙ୍କରା ଲୁଟି ନେଇଥିଲେ l କିନ୍ତୁ ଲୁଟେରାଙ୍କ ଆକ୍ରମଣରେ ଆହତ ହୋଇଥିବା ସୁନା ବ୍ୟବସାୟୀଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜାଣିବାକୁ ମିଳିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: