ସୁନା ସଫା କରିବାକୁ ଆସି ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନାଗହଣା

ରାଜକନିକା,୩/୯ : ସୁନା ସଫା କରିବାକୁ ଆସି ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲେ ଦୁଇ ଯୁବକ । ଶୁକ୍ରବାର ମଧ୍ୟାହ୍ନରେ ରାଜକନିକା ବ୍ଲକ୍ ଅନ୍ତର୍ଗତ ଶିଶୁଆ ଗ୍ରାମରେ ଦୁଇ ଜଣ ଯୁବକ ଏକ କଳା ରଙ୍ଗର ଆପାଚି ମଟର ସାଇକେଲରେ ଆସି ଗ୍ରାମରେ ସୁନାରୁପା ଅଳଙ୍କାର ସଫା କରିବାକୁ ଘରକୁ ଘର ବୁଲି କହିଥିଲେ । ଗ୍ରାମର ଜଣେ ମହିଳା ଘରକୁ ଡ଼ାକି କିଛି ରୁପା ଅଳଙ୍କାର ସଫା କରିବାକୁ କହିଥିଲେ । ଦୁଇ ଯୁବକ ଘରେ ସଂପୃକ୍ତ ମହିଳାଙ୍କ ରୂପା ଅଳଙ୍କାର ସଫା କରିବା ପରେ ଆଉ କ’ଣ ସଫା କରିବେ ବୋଲି କହିଥିଲେ । ଏହା ପରେ ମହିଳା ଜଣକ ସୁନା ଅଳଙ୍କାର ସଫା କରିବା ପାଇଁ ଦୁଇ ଯୁବକଙ୍କୁ ଦେଇଥିଲେ । ହେଲେ ଦୁଇ ଯୁବକ କୌଶଳ କରି ମହିଳାଙ୍କୁ ସୁନା ସଫା କରିବା ପରେ ପରୀକ୍ଷା କରିବା ପାଇଁ ଡ଼ିଆସିଲି ଆଉ ପିଇବା ପାଣି ମାଣିଥିଲେ । ମହିଳା ଜଣକ ଘର ଭିତରକୁ ଯିବା ପରେ ଦୁଇ ଯୁବକ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଥିବାର ଜଣାପଡ଼ିଛି । ମହିଳାଙ୍କ ପରିବାର ପକ୍ଷରୁ ଦୁଇ ଯୁବକଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍‌ଖବର ମିଳିପାରିନାହିଁ । ସଂପୃକ୍ତ ମହିଳାଙ୍କ ପୁଅ ସୁଶୀଲ ପ୍ରଧାନ ଏନେଇ ରାଜକନିକା ଥାନାରେ ଏକ ଏତଲା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: