ସୁନ୍ଦରଗଡ଼,୭/୮: ଆଜି ସକାଳ ୯ଟା ୪୫ରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଏନ୍ ଆର୍ ଏଚ୍ ଏମ୍ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ସଚିବ ଅଧିକାରୀମାନେ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ଫ ଓ ଏନଟିପିସି ମେଡିକାଲ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି।ସକାଳ ୮ଟା ୩୦ରେ ଝାରସୁଗୁଡ଼ାର ଵୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ କୁଣ୍ଡୁକେଲା ଗ୍ରିଡ ସବଷ୍ଟେସନ, ଭେଡାବାହାଲ କୋଲ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଞ୍ଜିର୍ମା ସରକାରୀ ଉଚ୍ଚ ଵିଦ୍ୟାଳୟ ଓ ଏନଟିପିସି ମେଡିକାଲ କଲେଜ, ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲକ୍ରିଷ୍ଣା ମଧ୍ୟ ଆସିଥିବା ଜଣାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |