ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର୧୯/୯ : ସାଂସଦ ଅନୁଭବ ମହାନ୍ତି ପତ୍ନୀବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ  ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି। ତେବେ ଏହାକୁ କଟକ ସ୍ଥାନାନ୍ତର ପାଇଁ ଆବେଦନ କରି ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ କରିଛନ୍ତି। ପୂର୍ବରୁ ବର୍ଷା ସୁପ୍ରିମ କୋର୍ଟ ଯିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଥିଲେ।​‌ ତେଣୁ ମାମଲା କଟକ ସ୍ଥାନାନ୍ତର ଲାଗି ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!