ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେଲା ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂ

ନୂଆଦିଲ୍ଲୀ,୨୭/୦୯:ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର ବିବାଦ ଆଦି ମାମଲା। ବିଚାରର ସିଧା ପ୍ରସାରଣ ନେଇ ସୁପ୍ରିମକୋର୍ଟରେ ଗତ ସପ୍ତାହରୁ ନିଷ୍ପତି ନିଆଯାଇଥିଲା। CJI ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା । ପ୍ରଥମ ଥର ଲାଗି ଆଜି ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଛି । ୩ଟି ପୃଥକ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟଧାରାର ଷ୍ଟ୍ରିମିଂ webcast.gov.in/scindia/ରେ ହେଉଛି। ଭାରତର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଅର୍ଥନୈତିକ ଦୁର୍ବଳ ‌ଶ୍ରେଣୀ (ଇଡବ୍ଲୁଏସ୍‌) ଲାଗି କୋଟା ମାମଲାର ଶୁଣାଣି ହେଉଥିବା ବେଳେ ଏହି ମାମଲା ୧୦୩ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଞ୍ଚ୍‌ କରୁଛି। ସେହିପରି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାରେ ଉପୁଜିଥିବା ବିଭାଜନ ଉପରେ ଶୁଣାଣି ହେଉଛି। ସେହିପରି ଜଷ୍ଟିସ୍‌ ଏସ୍‌କେ କୌଲ୍‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅଲ୍‌ ଇଣ୍ଡିଆ ବାର୍‌ ପରୀକ୍ଷା ବୈଧତା ସମ୍ବନ୍ଧୀୟ ମାମଲାର ଶୁଣାଣି କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: