ସୁପ୍ରିମ୍‌ କୋର୍ଟର ୫ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୬।୨ : ସୁପ୍ରିମ୍‌ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେବେ ସୁପ୍ରିମକୋର୍ଟର ନବ ନିଯୁକ୍ତ ୫ ବିଚାରପତି । ଶନିବାର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ୫ଜଣ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ହେବ ଶପଥ ଗ୍ରହଣ ।ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ଜଷ୍ଟିସ୍‌ ପଙ୍କଜ ମିଥଲ୍‌, ଜଷ୍ଟିସ୍‌ ସଞ୍ଜୟ କରୋଲ୍‌, ଜଷ୍ଟିସ୍‌ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍‌ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ର। ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ଏଥିପାଇଁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିଲା। ତା’ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍‌କୋର୍ଟର କଲିଜିୟମ୍‌ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ ସୁପ୍ରିମକୋର୍ଟ ନୂଆ ବିଲ୍ଡିଂ କମ୍ପ୍ଲେକ୍ସ ଅଡିଟୋରିଅମରେ ୫ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ । ୫ ଜଣ ନବ ନିଯୁକ୍ତ ବିଚାରପତିଙ୍କୁ ମିଶାଇ ସର୍ବୋଚ ଅଦାଲତର ବିଚାରପତି ସଂଖ୍ୟା ୩୨ରେ ପହଞ୍ଚିଛି | ସୁପ୍ରିମ୍‌ କୋର୍ଟର ନୂଆ ଅଟ୍ଟାଳିକ ପରିସରସ୍ଥ ଅଡିଟରିୟମ୍‌ରେ ଏଥିପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମ୍‌ କୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ। ଆଜି ୫ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମ୍‌ କୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: