ସୁବର୍ଣ୍ଣପୁର ଗ୍ରାମରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୪୬ ୟୁନିଟ ରକ୍ତ ସଂଗ୍ରହ।

ଗଞ୍ଜାମ,୧୩/୯(ମନୋଜ ପାତ୍ର): ଚିକିଟି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ଗଂଜାମ ଜିଲ୍ଲା ବିଜେଡି ସମ୍ପାଦକ ସ୍ବର୍ଗତ ହରିକୃଷ୍ଣ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କଳ୍ପେଶ୍ୱର ଆଞ୍ଚଳିକ ଯୁବକ ସଂଘ ତରଫରୁ ପାତ୍ରପୁର ବ୍ଲକର ସୁବର୍ଣ୍ଣପୁର ଗ୍ରାମରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଶିବିରକୁ ଓଡିଶା ମୋ ପରିବାର ରାଜ୍ୟ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗଂଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ବାପୁଜି ବିଶୋଇ,ଓଡିଶା ସମବାୟ ନିଗମର ନିର୍ଦେଶକ ସନ୍ତୋଷ ପାତ୍ର ,କଳ୍ପେଶ୍ୱର ଯୁବକ ସଂଘ ସଭାପତି ସଂଗ୍ରାମ କେଶରୀ ନାୟକ,ଗ୍ରାମ୍ୟ କମିଟି ସମ୍ପାଦକ ଏମ୍.ସୁରେଶ ପ୍ରଧାନ,ଯୁବକ ସଙ୍ଘ ଉପଦେଷ୍ଟା ନିଶାମଣି ପ୍ରଧାନ,ଭଗବାନ ପାତ୍ର, ଶିକ୍ଷକ ରବୀନ୍ଦ୍ର ସେଠି, ତ୍ରିଲୋଚନ ପ୍ରଧାନ, ବଳରାମ ମହାନ୍ତି,ନରେନ୍ଦ୍ର ପ୍ରଧାନ, ସଚିନ ପ୍ରଧାନ ,ପ୍ରତାପ ସାହୁ, ଦେବଦୂତ ନାୟକ, ଶ୍ରୀକାନ୍ତ ପ୍ରଧାନ, ଆଲୋକ ପ୍ରଧାନ, କାର୍ତ୍ତିକ ପ୍ରଧାନ,ସନ୍ତୋଷ ମୋହନ ପଣ୍ଡା,ନରେନ୍ଦ୍ର ପ୍ରଧାନ, ଶିବରାମ ମହାନ୍ତି, ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର ତରଫରୁ ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି,ନାଗଭୁଷଣ ପ୍ରଧାନ ଏବଂ କେ.ଚନ୍ଦ୍ର ରାଓ ପ୍ରମୁଖ ସଂଗ୍ରହରେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!