ସୁଭଦ୍ରା ସିହ୍ନା ହେଲେ ଚନ୍ଦାହାଣ୍ଡି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷା

ଝରିଗାଁ୨୧/୫(ଭୋଦେବ ଗୌଡ଼)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଟିକମ ସିଂ ନାୟକ ଗତ ଅପ୍ରେଲ ତିରିଶ ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା କୋବିଡ଼ ହସ୍ପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ସ୍ଥାନରେ ଆଜି ବିଜେଡିର ବରିଷ୍ଠ ନେତ୍ରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ସୁଭଦ୍ରା ସିହ୍ନା ବିଧିବଦ୍ଧ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଶ୍ରୀମତୀ ସିହ୍ନା ଙ୍କୁ ସ୍ୱାଗତ ଜଣାଇଥିଲେ ତଥା ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ଜନପ୍ରତିନିଧି ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ନେବା ପୂର୍ବରୁ ଦିବଙ୍ଗତ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗୀୟ ନାୟକଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଦାୟିତ୍ୱ ନେବା ପରେ ଶ୍ରୀମତୀ ସିହ୍ନା ସରକାର ଙ୍କ ଜନକଲ୍ୟାଣ ଯୋଜନାରେ ସମସ୍ତ ଗରିବ ଜନସାଧାରଣଙ୍କୁ ସାମିଲ କରିବା ସହ ତାର ସୁବିଧା କିପରି ସମସ୍ତେ ନେଇପାରିବେ ତାର ପାଇଁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟଭାର ଗ୍ରହଣ ଦାୟିତ୍ଵ ସମୟରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, କାର୍ତିକ ବାଘ, ପୂର୍ବତନ ବ୍ଲକ୍ ଉପାଧ୍ଯକ୍ଷ ଜଗନ୍ନାଥ ସିହ୍ନା , ଝୁମୁକ ଲାଲ ସାହୁ, ଲକ୍ଷ୍ମଣ ମାଝୀ , ପୁରୁଷୋତ୍ତମ ପାରି ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ l

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: