ସୁରଟ ଯାଉଥିବା ବେଳେ ଟ୍ରେନରୁ ଯୁବକ ନିଖୋଜ

ଗଞ୍ଜାମ,୬/୯(ମନୋଜ ପାତ୍ର):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ପାଞ୍ଚୟତର କନକା ଗ୍ରାମର ନିବାସୀ ପାହାନ ସୁରାଟ ଯାଉଥିବା ବେଳେ ଟ୍ରେନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିବା ଜଣାପଡିଛି ।କନକା ଗ୍ରାମର ଜୁଝିଆ ପାହାନ ଙ୍କ ପୁଅ ନିବାସୀ ପାହାନ ଗତ ତିନି ତାରିଖରେ ସୁରାଟ ଯିବା ପାଇଁ ଭୁବନେଶ୍ବରରୁ କୋଣାର୍କ ଟ୍ରେନ ରେ ଭାଇ ଓ ସମ୍ପର୍କୟ ମାନଙ୍କ ସହ ବସିଥିଲେ । ଆନ୍ଧ୍ରପ୍ରଦେଶର ବିଜୟାୱାଡା ଷ୍ଟେସନ ନିକଟରେ ଟ୍ରେନ ପହଞ୍ଚିବା ବେଳକୁ ଭାଇ କାମେଶ୍ବର ଦେଖିଲା ବେଳକୁ ନିବାସୀ ଟ୍ରେନ୍ରେ ତଳେ ଠିଆ ହୋଇଛନ୍ତି। ଭାଇ ଙ୍କୁ ଟ୍ରେନକୁ ଆଣି ତାଙ୍କର ସିଟରେ ବସାଇଥିଲେ । ପରେ ଦୁଇଜଣ ସୋଇପଡ଼ିଥିଲେ । କାମେଶ୍ବର ଙ୍କ ନିଦ ଭାଙ୍ଗିଲା ବେଳକୁ ନିବାସୀ ନିଜ ସିଟ ରେ ନଥିଲେ । ପରେ ଟ୍ରେନ ରେ ଖୋଜାଖୋଜି କରିଥିଲେ ବି ତାଙ୍କର ପତାମିଳିନଥିଲା । ପରେ ଖଲ୍ଲିକୋଟ ଥାନାରେ ଏତେଲା ଦେଇଥିଲେ ପରିବାର ଲୋକେ ।

ଯଦି କୌଣସି ବ୍ୟକ୍ତି ଏହି ଯୁବକଙ୍କ ସନ୍ଧାନ ପାଆନ୍ତି ତେବେ ଉକ୍ତ ମୋବାଇଲ ନମ୍ବର ୮୮୪୯୨୭୧୨୧୬, ୬୩୭୨୦୩୬୩୮୦ ରେ ଯୋଗାଯୋଗ କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!