ବ୍ରହ୍ମପୁର-୨୩/୫(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁରଭି ପ୍ରଗତିଶୀଳ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି ।ମହାମାରୀ କରୋନା ଯୋଗୁଁ ସାରା ଓଡ଼ିଶାରେ ସଟଡାଉନ ଓ ଲକଡାଉନ ଭଳି ପରିସ୍ଥିତି ଜାରି ରହିଥିବା ବେଳେ ଅସହାୟ ଓ ଗରିବ ଲୋକମାନେ ଖାଇବାକୁ ମଧ୍ୟ ମୁଠାଏ ପାଉନାହାନ୍ତି ।ତେବେ ଏହାକୁ ଦୃଷ୍ଟିରେ ରଖି ସୁରଭି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ଉଷା ପଟ୍ଟନାୟକଙ୍କ ନେତୃତ୍ୱରେ ଅସହାୟ ଲୋକଙ୍କୁ ରେଳଷ୍ଟେସନ ,ପୁରୁଣା ବସଷ୍ଟାଣ୍ଡ ,ଓ ମେଡିକାଲ ପରିସର ମଧ୍ୟରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଥିଲା । ଏହି ମହାମାରୀ କରନା ସମୟରେ ଶ୍ରୀମତି ପଟ୍ଟନାୟକଙ୍କ ନେତୃତ୍ୱରେ ନାରୀମାନଙ୍କ ସହାୟତାରେ ବହୁ ସଚେତନତା କାର୍ଯ୍ୟ କରୁଥିଲେ। ତାଙ୍କର ଏହିଭଳି କାର୍ଯ୍ୟକ୍ରମ ଜାରି ରହିଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଏହି କାର୍ଯ୍ୟକ୍ରମରେ ପୁଷ୍ପଳତା ବେହେରା, ସସ୍ମିତା ଡାକୁଆ, ଗାୟତ୍ରୀ ପଟନାୟକ, ଶ୍ରଦ୍ଧାଞ୍ଜଳୀ ପଣ୍ଡା, ତନୁଜା ରଥ,ବୈଜୟନ୍ତି ବେହେରା, ପ୍ରଜ୍ଞା ଶୁଭଦର୍ଶନୀ, ସାଗରିକା ବେହେରା, ମନ୍ଦିରା ବେହେରା ପ୍ରମୁଖ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନରେ ସାହାଯ୍ୟ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |