ରାଜକନିକାରେ ଉଦ୍ଘାଟିତ ହେଲା ଲକ୍ଷ୍ମୀନାରାୟଣ ସାଇକେଲ ସୋରୁମ୍
ରାଜକନିକା,୧୧/୯ : ଅତ୍ୟାଧୁନିକ ଚଳଣି ପାଇଁ ଆଜି ସମାଜରେ ଅନେକ ରୋଗ ମାଡ଼ିଆସୁଛି । ଏଥି ପାଇଁ ଅନେକ ଜୀବନ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବ୍ୟସ୍ତ ବହୁଳ ଜୀବନରେ ଟିକେ ସମୟ ପାଉନି ଯୋଗ କରିବା ପାଇଁ । ଏଥି ପାଇଁ ଆମ ପୂର୍ବଜଙ୍କ ଶୂନ ଗାଡ଼ି ଯୁବ ଗର୍ବଙ୍କ ନିକଟରୁ ଦୂରେଇ ଯାଇଛି । ଦିନକୁ ଦିନ ତୈଳଦର ଦରବୃଦ୍ଧି ଆର୍ଥକ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଅଳ୍ପ ବାଟକୁ ବି ଆମେ ବାଇକ୍ ଏବଂ କାର ନଚଳାଇ ଯାଇପାରୁ ନାହୁଁ । ଯାହାକି ସମାଜ ପାଇଁ ଶୁଭଙ୍କର ନୁହେଁ । ତେଣୁ ଆମ ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ସାଇକଲ ଚଳାଇବା ଜରୁରୀ ହୋଇପଡ଼ିଛି ବୋଲି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜକନିକା କଟଂପଡ଼ା ବଜାରରେ ଅତ୍ୟାଧୁନିକ ଲକ୍ଷ୍ମୀନାରାୟଣ ସାଇକେଲ ଷ୍ଠୋର ଉଦ୍ଘାଟନ ଅବସରରେ ଅତିଥିମାନେ ଯୋଗଦେଇ ମତ ଦେଇଛନ୍ତି । ଅଭିନବ ଢ଼ଙ୍ଗରେ କଟଂପଡ଼ା ମାଛ ଛକ ଠାରୁ ଏକ ସାଇକେଲ ଶୋଭାଯାତ୍ରରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଏବଂ ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକଙ୍କ ସହିତ ବିଭିନ୍ନ ବର୍ଗର ଯୁବକମାନେ ସାମିଲ ହୋଇ ଷ୍ଟ୍ରକଚର ଛକ, ଚନ୍ଦନପୋଖରୀ ଛକ, ଅଶୋକ ବଜାର, ବ୍ଲକ୍ ତହସିଲ ଏବଂ ଥାନା ରାସ୍ତା ଦେଇ କଂଟପଡ଼ା ଠାରେ ପହଂଚିଥିଲେ । ଏହା ପରେ ଅତିଥିମାନେ ଲକ୍ଷ୍ମୀନାରାୟଣ ସାଇକଲ ସୋରୁମ୍ କୁ ଉଦ୍ଘାଟନ କରିଥିଲେ । ବିବିଏସ୍ ସାଇକଲ ଏଣ୍ଟରପ୍ରାଇସ୍ ସହଯୋଗରେ ଲକ୍ଷ୍ମୀନାରାୟଣ ସାଇକଲ ସୋରୁମ ପକ୍ଷରୁ ସାଇକଲ ଚଳାଇବା ପାଇଁ ଯୁବକ ମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଅଳ୍ପ ଦରରେ ଦେଶ ବିଦେଶର ବହୁନାମୀ ଦାମୀ କମ୍ପାନୀର ସାଇକଲ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏହା ସହିତ ସାଇକଲ ଚଳାଇବା ପାଇଁ ଏକ କ୍ୟାମ୍ପେନ୍ ମଧ୍ୟ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ସାଇକଲରେ ଶୋଭାଯାତ୍ରା କରି ସୁସ୍ଥ ରହିବା ପାଇଁ ବାର୍ତ୍ତା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଥିବାର ଲକ୍ଷ୍ମୀନାରାୟଣ ସାଇକଲ ସୋରୁମ୍ ମୁଖ୍ୟ ପରିଚାଳକ ଖଗେଶ୍ୱର ଓଝା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବ୍ଲକ୍ ଶିକ୍ଷା ଅତିରିକ୍ତ ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ଶିକ୍ଷାବତ୍ ବିକ୍ରମ ପରିଡ଼ା, ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ସାମାଜିକ କର୍ମୀ ସଞ୍ଜୟ ଦାସ, ଦେବଜ୍ୟୋତି ଜେନା, ଚିନ୍ନୟ ରଞ୍ଜନ ଦାସ, ଜିଲାପରିଷଦ ପ୍ରତିନିଧି ହରିଶ୍ ମହାପାତ୍ର, ବରିଷ୍ଠ ନାଗରିକ ମଂଚର ସଭାପତି ଗୁଣନିଧି ବଳ, ଅଭିନେତା ସୈମ୍ୟକାନ୍ତ ନାୟକ, ବିଜେପି ନେତା ବେଣୁଧର ପରିଡ଼ା, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ଯୁବନେତା କୁମର ନାୟକ, ଶିକ୍ଷକ ନିଗମ ଦାସ ଏବଂ ବିଜେଡ଼ି ଯୁବନେତା ନିରଞ୍ଜନ ନାୟକ(ଟୁକୁ) ପ୍ରମୁଖ ଯୋଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିବିଏସ୍ ସାଇକଲର ମୁଖ୍ୟ ଅନୁପ୍ ବିଶ୍ୱାଳ ସହଯୋଗ କରିଥିବା ବେଳେ ସୌରଭ ଓଝା, ଟୁଟୁ ରଥ, ଅଶର୍ଯ୍ୟ ଓଝା, ପୂଣ୍ୟସଙ୍ଗୀତ ଧଳ, ଉତ୍କଳ କେଶରୀ ସୂତାର ଏବଂ ମୟୀୟ ରଞ୍ଜନ ରାୟ ପ୍ରମୁଖ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |