ସେପ୍ଟେମ୍ବର ୨୧ରୁ ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ ୧୫/୦୯ : ସେପ୍ଟେମ୍ବର ୨୧ ତାରିଖରୁ ସ୍କୁଲ ଖୋଲିବା ପାଇଁ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ପାଳନ କରିବାକୁ ହେବ । କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୬ ତାରିଖରୁ ସ୍କୁଲ କଲେଜ ତଥା ସମସ୍ତ ଶିକ୍ଷଣୀୟ ସଂସ୍ଥା ବନ୍ଦ ରହିଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ଥରକେ ୫୦ ପ୍ରତିଶତ ଶିକ୍ଷକ ତଥା ଅଣଶିକ୍ଷା କର୍ମୀ ଆସିପାରିବେ । ଯେଉଁ ସ୍କୁଲମାନଙ୍କରେ ବାୟୋମେଟିକ ହାଜିରୀ ବ୍ୟବସ୍ଥା ଅଛି ସେଠାରେ ଛାତ୍ରଛାତ୍ରୀଙ୍କ ହାଜିରା ପାଇଁ ଅନ୍ୟ ବ୍ୟବସ୍ଥା କରିବାକୁ ପଡିବ । ଯଦି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବାହନ ବ୍ୟବସ୍ଥା ରହିଛି ତାହେଲେ ପ୍ରତିଦିନ ତାକୁ ସାନିଟାଇଜ କରିବାକୁ ହେବ । ସ୍କୁଲରେ ଥର୍ମାଲ ସ୍କ୍ରିନିଙ୍ଗ ପଲ୍ସ ଅକ୍ସିମିଟର ଉପଲବ୍ଧ କରାଇବାକୁ ହେବ । ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଇବାକୁ ହେବ । ଏହାଛଡା ହାତ ସାନିଟାଈଜ କରିବାକୁ ହେବ । ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଫେସ ମାସ୍କ ଓ ସାନିଟାଇଜର ସ୍କୁଲ ତରଫରୁ ଦେବାକୁ ହେବ । ସ୍କୁଲ ଖୋଲିବା ପୂର୍ବରୁ ପୁରା ସ୍କୁଲକୁ ସାନିଟାଈଜ କରିବାକୁ ହେବ ।କଣ୍ଟେନମେଣ୍ଟ ଜୋନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିପାରିବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା ଓ କୌଣସି ରୋଗରେ ପୀଡିତ ବ୍ୟକ୍ତି ସ୍କୁଲରୁ ଦୁରେଇ ରହିବେ । ଥର୍ମାଲ ସ୍କ୍ରିନିଙ୍ଗରେ ଯଦି କୌଣସି ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀ ପଜିଟିଭ ଥିବାର ଆଶଙ୍କା ହୁଏ ତାହେଲେ ତାଙ୍କୁ ଆଇସୋଲେଟ କରାଯିବ । ସ୍ୱାସ୍ଥ୍ୟ ବିଭାଗ ଓ ପରିଜନଙ୍କୁ ଏ ସମ୍ବନ୍ଧରେ ସୂଚିତ କରାଯିବ ।
୧. ବନ୍ଦ କୋଠରୀ ପରିବର୍ତ୍ତେ ଖୋଲା ଜାଗାରେ କ୍ଲାସ ହେବ
୨. ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ହେବ
୩. ଭୂଇଁରେ ୬-୬ ଫୁଟ ଦୂରତାରେ ମାର୍କିଙ୍ଗ କରାଯିବ
୪. ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା ସମୟ ନିର୍ଧାରିତ କରାଯିବ
୫. ଛାତ୍ରଛାତ୍ରୀ ପେନ୍ସିଲ, ପେନ, ପାଣି ବୋତଲ, ବହି ଖାତା ଆଦି ପରସ୍ପର ମଧ୍ୟରେ ସେୟାର କରିପାରିବେ ନାହିଁ
୬. ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ ଲଗାତାର ବ୍ୟବଧାନରେ ହାତ ଧୋଇବାକୁ ହେବ, ମାସ୍କ ପିନ୍ଧିବା ଅନିବାର୍ଯ୍ୟ
୭. ସ୍କୁଲମାନଙ୍କରେ ସକାଳ ପ୍ରାର୍ଥନା ପାଇଁ ଅନୁମତି ଦିଆଯିବ ନାହିଁ
୮. ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ
୯. ସ୍କୁଲ କ୍ୟାଣ୍ଟିନ ବନ୍ଦ ରହିବ
୧୦. ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରାକ୍ଟିସ ଲ୍ୟାବରେ କମ ସଂଖ୍ୟକ ବ୍ୟାଚ ଗଠନ କରାଯିବ । ଲ୍ୟାବ ଭିତରେ ୪ ବର୍ଗମିଟରର ଗୋଲେଇ ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: