କଟକ୨୦/୯: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ଆସନ୍ତାକାଲି ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶଦେଇଛନ୍ତି । ନିଦେ୍ର୍ଦଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ହାଇକୋର୍ଟ ପରିସରକୁ ସାନିଟାଇଜ କରିବାକୁ ନିର୍ଦେଶନାମାରେ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |