ସେପ୍ଟେମ୍ବର ୨୧ ରୁ ଖୋଲିବ ତାଜମହଲ

ଆଗ୍ରା, ୦୭/୦୯:   ଆସନ୍ତା ୨୧ ସେପ୍ଟେମ୍ବର ଠାରୁ ତାଜମହଲ ଓ ଆଗ୍ରା କିଲ୍ଲାଏହି ଦୁଇ ସ୍ମାରକ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅନଲକ-୪ ପରେ ଆଗ୍ରାର ଥିବା ଅନ୍ୟ ସ୍ମାରକ ଖୋଲିଦିଆଯାଇଥିଲା । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଆସୁଥିବାରୁ ତାଜମହଲ ଓ ଆଗ୍ରା କିଲ୍ଳା ଖୋଲିବାକୁ ଅନୁମତି ମିଳିନଥିଲା । ଲକ୍‌ଡାଉନ୍ ପରଠାରୁ ବନ୍ଦ ହୋଇ ରହିଥିବା ତାଜମହଲ ଓ ଆଗ୍ରା କିଳ୍ଲା ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଜିଲ୍ଳା ଅଧିକାରୀ ପ୍ରଭୁ ଏନ୍‌ ସିଂହଙ୍କ ଅନୁସାରେ ଏବେ ବଫର ଜୋନରୁ ମୁକ୍ତ ହୋଇଛି ଏହି ଦୁଇ ସ୍ମାରକ। କୋଭିଡ ନିୟମର ପାଳନ ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ପର୍ଯ୍ୟଟକମାନେ ଅନଲାଇନ୍‌ରେ ଟିକେଟ୍‌ କାଟିବେ। ବିନା ମାସ୍କରେ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ କହିଛନ୍ତି ପ୍ରଭୁ ଏନ୍‌ ସିଂହ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!