ଭୋପାଳ,୨୮।୯:ବେଳେ ବେଳ ଆମର ଟିକିଏ ଅସାବଧାନତା, ଜୀବନରେ ହସ ଖୁସିକୁ ଛଡ଼ାଇ ନେଇଥାଏ । ଯାହାକି ଆମର ସାରା ଜୀବନ ଦୁଃଖମୟ କରିଦେଇଥାଏ । ଏମିତି ଏକ ଘଟଣା ଘଟିଛି ଭୋପାଲରେ ଜଣେ ଡାକ୍ତର ବୁଲିବାକୁ ଆସି ସେଲ୍ଫି ନିଶାରେ ନିଜ ସ୍ତ୍ରୀକୁ ହରାଇବାର ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଭୋପାଳ ସ୍ଥିତ ହଲାଲି ଡ୍ୟାମ୍ ବୁଲିବାକୁ ଆସିଥିବା ଜଣେ ଡାକ୍ତର ତାଙ୍କ ପତ୍ନୀ ଡ୍ୟାମ ନିକଟରେ ସେଲଫି ନେବାବେଳେ ନିୟନ୍ତ୍ରଣ ହରାଇ ତଳେ ଖସିପଡିଥିଲେ। ଡାକ୍ତରଙ୍କ ପତ୍ନୀ ୧୦ ରୁ ୧୨ ଫୁଟ୍ ତଳେ ଥିବା ପାଣିକୁ ଖସି ପଡିଥିଲେ। ରାତିସାରା ରେସକ୍ୟୁ ଅପରେସନ ପରେ ମଧ୍ୟ ତାଙ୍କର ଉଦ୍ଧାର ହୋଇପାରିନି। ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ନିଜ ପତ୍ନୀ ହିମାନୀ ମିଶ୍ରଙ୍କ ସହିତ ଭୋପାଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ହଲାଲୀ ଡ୍ୟାମ୍ ବୁଲିବାକୁ ଆସିଥିଲେ। ରବିବାର ଛୁଟି ହୋଇଥିବା କାରଣରୁ ଭୋପାଳର ବହୁ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି। ପତ୍ନୀ ସେଲଫି ନେବା ଆରମ୍ଭ କରିଦେଇଥିଲେ ଓ ଏହାପରେ ତାଙ୍କ ପାଦ ଖସିଯିବାରୁ ତଳେ ପଡିଯାଇଥିଲେ। ୧୦ ରୁ ୧୨ ଫୁଟ ତଳେ ପାଣିରେ ସେ ବୋହି ଯାଇଥିଲେ। ଦେଖୁ ଦେଖୁ ମୋ ଆଖି ଆଗରେ ମୋ ପତ୍ନୀ ପାଣିରେ ଭାସିଯାଇ ନିଖୋଜ ହୋଇଗଲେ।’ ଏହି ଘଟଣାପରେ ସେଠାରେ ଉଦ୍ଧାକାରୀ ଦଳ ରେସକ୍ୟୁ ଅପରେସନ୍ ଆରମ୍ଭ କରିଥିଲେ। ଏହା ରାତି ସାରା ଚାଲିଥିଲେ ମଧ୍ୟ ଡାକ୍ତରଙ୍କ ପତ୍ନୀଙ୍କର ସନ୍ଧାନ ମିଳିନାହି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |