ନୂଆଦିଲ୍ଲୀ,୯।୧୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍’ର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ ଅଭିନନ୍ଦନ। ତାଙ୍କର ଦର୍ଘ ଓ ନିରାମୟ ଜୀବନ କାମନା କରୁଛି। ଜନ୍ମଦିନ ପାଳନ ଲାଗି ସୋନିଆ ଗାନ୍ଧୀ ଗୁରୁବାର ଦିନ ସମ୍ପ୍ରତି କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ଚାଳାଇଥିବା ରଣଥମ୍ବୋର୍ରେ ପହଞ୍ଚିଥିଲେ। ବର୍ତ୍ତମାନ ସୋନିଆ ରାଜସ୍ଥାନରେ ଅଛନ୍ତି। ସଓ୍ବାଇ ମାଧପୁରର ରଣଥାମ୍ବୋରରେ ସୋନିଆଙ୍କ ଜନ୍ମଦିନ ବହୁ ଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |