ଭୁବନେଶ୍ୱର,୩/୩(ଓଡ଼ିଆନ୍ ନିଉଜ୍): ଘରୋଇ ସ୍କୁଲ୍ରେ ଫି ନିର୍ଧାରଣକୁ ନେଇ ହାଇକୋର୍ଟର ନିର୍ଦେଶ ପରେ ବି ଘରୋଇ ସ୍କୁଲର ଅବମାନନା ନେଇ ଅନେକ ଅଭିଭାବକ ଓଡିଶା ଅଭିଭାବକ ମହାସଂଘ ନିକଟରେ ଅଭିଯୋଗ କରିଛନ୍ତି।ସ୍କୁଲ ମାନେ ଏମ୍ ଓ ୟୁ ରେ ହୋଇ ଥିବା ନିର୍ଦେଶ ମୁତାବକ ସ୍କୁଲ ଫୀ ରେ ରିହାତି ଓ ଛାଡ଼ ନ ଦେଇ ମନଇଚ୍ଛା ଏକ ସ୍ଲାବ ପ୍ରସ୍ତୁତ କରି ମାତ୍ର ଅଳ୍ପ କିଛି ଛାଡ଼ କରି ଅଭିଭାବକ ମାନଙ୍କୁ ପଇସା ପୈଠ କରିବାକୁ ତାଗିଦ କରିବା ସହ ପିଲାଙ୍କୁ ପରୀକ୍ଷା ଓ ଅନଲାଇନ କ୍ଲାସ ରୁ ବଞ୍ଚିତ କରିବାକୁ ଧମକ ଦେଉଛନ୍ତି।କିଛି ସ୍କୁଲ ମଧ୍ୟ ପଇସା ପାଇଁ ପିଲାଙ୍କୁ ପରୀକ୍ଷରୁ ବଞ୍ଚିତ କରିଥିବାର ଅଭିଯୋଗ ଆସିଛି।ତେଣୁ ଓଡିଶା ଅଭିଭାବକ ମହାସଙ୍ଘ କହିଛି ଯେ ସ୍କୁଲରେ ପିଲାଙ୍କୁ ଏହା ଏକ ପ୍ରକାର ମାନସିକ ନିର୍ଯ୍ୟାତନା।ଅର୍ଥାତ ସ୍କୁଲ ଫି ନ ଦେବା ନେଇ ଅନଲାଇନ କ୍ଳାସ ରୁ ବାରଣ କରିବା ସହ ପରୀକ୍ଷା ରୁ ବଂଚିତ କରିବା ଫଳରେ ପିଲାଟି ମାନସିକ ଯନ୍ତ୍ରଣା ପାଇବ।ଡ଼ି.ଏ.ଭି ସ୍କୁଲ, ଲୟଲା ସ୍କୁଲ, ନାରାୟଣା ସ୍କୁଲ, ବିଜେ.ଇ.ଏମ୍.ସ୍କୁଲ ଓ ସେଣ୍ଟ ଜୋସେଫ ସ୍କୁଲ ନାଁ ରେ ଏଭଳି ଅଭିଯୋଗ ଆସିଥିବାବେଳେ ଅଭିଭାବକ ମହାସଙ୍ଘ ସ୍କୁଲର ମାଲିକ ଏବଂ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରାଯିବ ବୋଲି ଆଜି ବୁଦ୍ଧ ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀରେ ଏହାର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l ଜୁଭେନାଇଲ ଜଷ୍ଟିସ ଆକ୍ଟର ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ ୩ବର୍ଷ କିମ୍ବା ୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। ଏଣୁ ବିଦ୍ୟାଳୟ ଗୁଡିକ ସୁଧୁରି ଜାଆନ୍ତୁ ନଚେତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଚରମ ଚେତାବନୀ ଦେଇଛନ୍ତି।ଏହି ବିଷୟ କୁ ଗୁରୁତ୍ୱ ସହ ନେଇ ପୋଲିସ କମିଶନରଙ୍କ ସହ କଥା ହେବା ସହ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଫାଇବ-ଟି ସଚିବ, ଶିକ୍ଷା ସଚିବଙ୍କୁ ଜଣାଇଛୁ ବୋଲି ମହାସଂଘ ପ୍ରକାଶ କରିଛି।ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରେ ବିଦ୍ରୋହ ସହ ଅଭିଯୁକ୍ତ ସ୍କୁଲ ସମୁଖରେ ଘେରାଓ ଦିଆଯିବ ବୋଲି ମହାସଂଘ କହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସତ୍ୟବ୍ରତ ପରିଜା, ଅରୁଣ ସ୍ୱାଇଁ, ଅଶୋକ ପଟନାୟକ ଉପସ୍ଥିତ ଥିଲେ।ଆଜି ପୂର୍ବାହ୍ନରେ ମଧ୍ୟ ବୁଧମନ୍ଦିର ଠାରେ ମିଶନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ଅନଲାଇନ ପାଠ ପଢ଼ା ପାଇଁ ସମସ୍ତ ବିଷୟର ଇ-ଲଣ୍ଣିଙ୍ଗ ଶିକ୍ଷା ଦାନର ଏକ ପ୍ରକଳ୍ପ ର ପ୍ରଦର୍ଶନ କରାଯାଇଛି।ଏହି ଆପ୍ସ ମାଧ୍ୟମରେ ପିଲାଟି ନିଜ ମୋବାଇଲରେ ଅତି ସହଜରେ ଶିକ୍ଷା ଗ୍ରହଣ କରିପlରିବା ସହିତ ନିଜର ଟେଷ୍ଟ ମଧ୍ୟ ଦେଇପାରିବ। ଅଭିଭାବକ ମଧ୍ୟ ପିଲାର ପାଠ ପଢ଼ା ନିଜର ମୋବାଇଲରେ ଜାଣିପାରିବେ।ତେଣୁ ଏହି ଆପ୍ସର ବ୍ୟବହାର କରି ପିଲାମାନେ ବହୁତ ଉପକୃତ ହେବେ। ଅଭିଭାବକ ମହାସଂଘର ଅନୁରୋଧ କ୍ରମେ ସଫଟ ଓୟାର ଇଂ ଦୀପକ ଚୌଧୁରୀ ଓ ସୁମନ୍ତ ବେହେରା ଏହି ଆପ୍ପଟିକୁ ଡେଭଲପ କରିଛନ୍ତି। ମାଟ୍ରିକ ପରୀକ୍ଷା ଦେଉଥିବା ଓଡ଼ିଆ ମିଡ଼ିଅମ ପିଲାମାନଙ୍କ ପାଇଁ ମହାମାରୀ ରେ ଏହା ବେଶ ଉପାଦେୟ ହୋଇପାରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |