ନୂଆଦିଲ୍ଲୀ,୧୮/୦୯: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଠ୍ୟକ୍ରମରେ ଦକ୍ଷତା କାର୍ଯ୍ୟକଳାପ ଏବଂ ଉଚ୍ଚ ଶିକ୍ଷାରେ ଆଧୁନିକ ସମୟକୁ ସୁହାଇଲା ଭଳି ଦକ୍ଷତା ବିକାଶଯୁକ୍ତ ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲିଛି । ଷଷ୍ଠ ଶ୍ରେଣୀ ଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷାର ଏକ ଢାଞ୍ଚା ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୌଶଳ ଭାରତ ମିଶନ ଅଧୀନରେ ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଯୋଜନା ଲାଗୁ କରାଯାଉଛି । ଏଥିସହିତ ମାଧ୍ୟମିକ ସ୍କୁଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ଆଇଟିଆଇ, ପଲିଟେକନିକକୁ ମଧ୍ୟ ସାମିଲ କରାଯିବ । ଆସନ୍ତା ୨୦୨୫ ମଧ୍ୟରେ ସ୍କୁଲ ଓ ଉଚ୍ଚ ଶିକ୍ଷା ପ୍ରଣାଳରେ ୫୦ ପ୍ରତିଶତ ଛାତ୍ରଙ୍କୁ ଧନ୍ଦାମୂଳକ ଶିକ୍ଷା ଯୋଗାଇଦେବା ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |