ସ୍ତ୍ରୀଙ୍କୁ ଶାବଳରେ ପିଟି ହତ୍ୟା କଲା ସ୍ବାମୀ

କେନ୍ଦ୍ରାପଡ଼ା,୧୫ା୩: ସ୍ତ୍ରୀଙ୍କୁ ଶାବଳରେ ପିଟିପିଟି  ହତ୍ୟା କରିଛି ସ୍ବାମୀ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କମଳା ଓଝା (୬୨)। ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୂର ପଂଚାୟତର ମଧୁସୂଦନପୁର ଗ୍ରାମର ଅଜୟ ଓଝା ଓ ତାଙ୍କର ପତ୍ନୀ କମଳା ଓଝା (୬୨)ଙ୍କ ମଧ୍ୟରେ ନିତିଦିନିଆ ଝଗଡ଼ା ହୋଇଥାଏ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। ଏହା ଅନ୍ୟ ଦିନ ତୁଳନାରେ ଅଧିକ ଥିଲା। କଳହ ଉଗ୍ରରୂପ ନେଇଥିଲା। ଅଜୟ ଉତ୍ତେଜିତ ହୋଇ ଘର ଭିତରୁ ଏକ ଶାବଳ ଆଣିଥିଲା। ଏଥିରେ ସେ ସ୍ତ୍ରୀଙ୍କୁ ଲଗାତାର ଆକ୍ରମଣ କରିଥିଲେ। ସ୍ବାମୀଙ୍କ ଠାରୁ ଶାବଳରେ ମାଡ଼ ଖାଇଲା ପରେ କମଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାତିରେ ଏହି ଘଟଣା ଘଟିଥିବାରୁ ଅଜୟ ଘର କବାଟ ଭିତରପଟୁ ଦେଇ ଶୋଇପଡ଼ିଥିଲା। ସକାଳୁ ଘର କବାଟ ନା ଖୋଲିବାରୁ ଗାଁ ଲୋକ ସନ୍ଦେହ କରି କବାଟ ବାଡେଇଥିଲେ। ଏଥିରେ ଅଜୟ ରାଗିଯାଇ ଗାଁ ଲୋକଙ୍କୁ ଶାବଳ ଧରି ଗୋଡ଼ାଇଥିଲା।ଗାଁ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଅଭିଯୁକ୍ତ ଅଜୟଙ୍କୁ ଅଟକରଖି ପଚରାଉଚରା କରୁଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!