ସ୍ତ୍ରୀ ହତ୍ୟା ଅଭିଯୋଗ ରେ ସ୍ଵାମୀ ଥାନାରେ ଅଟକ

 

 

ମାଲକାନଗିରି;୨୭/୫(ଶ୍ରୀନିବାସ ପଣ୍ଡା/ଭିକି ବାରିକ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଥାନା ଅନ୍ତର୍ଗତ ତଣ୍ଡାବାଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସାତ ଜନ୍ମକୁ  ରଖି ହାତ ଧରିଥିବା ସ୍ୱାମୀ, ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ହତ୍ୟା କରିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାର ରେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି କରୁଛି ପୋଲିସ। ସୂଚନା ମୁତାବକ ଗତ ୨୩ ତାରିଖ ଦିନ ତଣ୍ଡାବାଇ ଗ୍ରାମର ସୁରେଶ ମାଡକାମିଙ୍କ ସ୍ତ୍ରୀ ସାଇ ମାଡକାମି ଘର ପାଖରେ ଥିବା ଅଳିଆ ଆବର୍ଜନାକୁ ନିଆଁ ଲଗାଇ ଜାଳିଥିଲେ। ଏହି ନିଆଁ ପବନରେ ଉଡିଯାଇ ପାଖରେ ଥିବା ଘରକୁ ପାଉଁଶ କରିଦେଇଥିଲା। ଏଥିରେ ରାଗିଯାଇ ସୁରେଶ ପାଖରେ ଥିବା ଇଟା ସାହାଯ୍ୟରେ ତା ସ୍ତ୍ରୀ ସାଇ କୁ ପିଟିଥିଲା। ଏଥିରେ ସାଇ ଗୁରୁତର ହୋଇ ଅଚେତ ହୋଇପଡିଥିଲେ। ତାପରଦିନ ଦିନ ସାଇ କୁ ଗୁରୁତର ଅବସ୍ଥାରେ ଏମ ଭି ୭୯ ସ୍ୱାସ୍ଥକେନ୍ଦ୍ର କୁ ଆଣିବା ବାଟରେ ସାଇ ର ମୃତ୍ୟୁ ହେଇଯାଇଥିଲା। ଖବର ପାଇ ଜିନେଲିଗୁଡା ଗ୍ରାମର ସାଇର ଭାଇ ସୋଡ଼ୀ ଏଙ୍କା ତଣ୍ଡାବାଇ ଗ୍ରାମରେ ପହଞ୍ଚି ସାଇର ମୃତ ଶରୀର ଦେଖି ଏମଭି ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏମଭି ୭୯ ପୋଲିସ କେସ୍ ନଂ ୪୭/୨୧ ଦଫା ୩୦୨ ଆଇପିସି ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉକ୍ତ ହତ୍ୟାକାଣ୍ଡରେ ସ୍ଵାମୀ ସୁରେଶର ସମ୍ପୃକ୍ତି ଥିବା ଜାଣିବା ପରେ ଅଭିଯୁକ୍ତ ସ୍ଵାମୀ କୁ ପୋଲିସ ଗିରଫ କରି ପଚରା ଉଚରା ଜାରୀ ରଖିଥିବା ଏମଭି ୭୯ ଥାନା ଅଧିକାରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: