ମୁନିଗୁଡା,8/3/21 (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ସ୍ନାତକ ମହାବିଦ୍ୟାଳୟରେ ନେହୁରୁ ଯୁବ କେନ୍ଦ୍ର ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି l ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଳିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନିଗୁଡା ଥାନା ମହିଳା ଅଧିକାରୀ ସୁଜ୍ଞାନୀ ସାହୁ, ମୁଖ୍ୟବକ୍ତା ସମାଜସେବୀ ଗୌରାଙ୍ଗ ଚରଣ ରାଉତ, ସମ୍ମାନିତ ଅତିଥିଭାବେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବିରାଟ କିଶୋର ପଣ୍ଡା,ଅସିତ ମହାନ୍ତି, ଅଧ୍ୟାପକ ରାମନାଥ ମହାପାତ୍ର,ରଜନୀକାନ୍ତ ମିଶ୍ର, ରମାକାନ୍ତ ଚିଚୁଆନ ପ୍ରମୁଖ ଉପସ୍ଥିତ ରହି ବିଶ୍ୱରେ ମହିଳାମାନେ ସାମନା କରୁଥିବା ବିଭିନ୍ନ ସମାସ୍ୟାର ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ହେଉଛି ଆନ୍ତର୍ଜାତିକ ମହିଳା ଦିବସର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ ମହିଳା ସଶକ୍ତିକରଣ ଉପରେ ମନ୍ତବ୍ୟ ରଖି ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ ଆଜିର ଦିନଟି ଆମ ସମାଜରେ ମହିଳା ମାନଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ଆତ୍ମସମୀକ୍ଷା କରିବାର ଦବସ,ମହିଳାମାନଙ୍କ ବିକାଶରେ ପରିବାର ଓ ରାଷ୍ଟ୍ରର ବିକାଶ ସମ୍ଭବ ହୋଇ ପାରିବ ବୋଲି ଉଦବୋଧନ ଦେଇଥିଲେ l ଏହି ଅବସରରେ ଛାତ୍ରୀ ମାନେ ବିଶ୍ୱ ମହିଳା ଦିବସ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଲକ୍ଷ୍ମୀ ନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |