ପୁରୀ, ୧୪/୦୬ : ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ। ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ଆରମ୍ଭ ହୋଇଯାଇଛି । ସୁନା କୂଅକୁ ଆସିଥିବା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ଆସି ଆଜି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିଥିଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଥିଲେ । ଚତୁର୍ଦ୍ଧାମୁରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରୁଛନ୍ତି ଭକ୍ତ। ତେବେ ସ୍ନାନ ନୀତି ସରିବା ପରେ ଶ୍ରୀଜିଉଙ୍କ ହାତୀ ବେଶ କରାଯିବ। ଶୃଙ୍ଖଳିତ ଭାବରେ ପ୍ରଭୁଙ୍କ ଜଳ ବିଜେ ଏବଂ ଜଳ ଲାଗି କରୁଛନ୍ତି ପୂଜାପଣ୍ଡା ସେବକ। ଜଳ ଲାଗି ବିଧି ସରିବା ପରେ ହାତୀବେଶ ପ୍ରସ୍ତୁତି ଆରମ୍ଭ ହେବ ।ଏହା ପରେ ମଇଳମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି, ବେଶ ପରେ ଛେରାପହଁରା ନୀତି ହେବ । ଗଜପତି ମହାରାଜ ଉପସ୍ଥିତ ଥିବାରୁ ସେ ଏହି ବିଧି ପାଳନ କରିବେ । ଛେରା ପହଁରା ପୂର୍ବରୁ ଗଜପତିଙ୍କୁ ଶ୍ରୀନଅରକୁ ଡାକରା ଯିବାକୁ ବ୍ୟବସ୍ଥା ହୋଇଛି । ଜଗଦଗୁର ଶଙ୍କରାଚାର୍ଯ୍ୟ ପୁରୀରେ ଅନୁପସ୍ଥିତ ଥିବାରୁ ତାଙ୍କର ଦର୍ଶନ ସୂଚୀ ବାତିଲ ହେବାର ଆଭାସ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |