ସ୍ନେହଲତାଙ୍କୁ ନ୍ୟାୟ ମିଳିବ କେବେ ?

ଭଦ୍ରକ,୨୨/୫ : ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନସ୍ଥ ହରିପୁର ଗ୍ରାମରେ ସାମାନ୍ୟ ଜମିଜମା ବିବାଦକୁ ନେଇ ନିଜର ବଡଭାଇ ସାନଭଉଣୀକୁ ମରଣାନ୍ତକ ଆକ୍ରମଣ କରିଥିବା ସୂତ୍ରରୁ ପ୍ରକାଶ। ଘଟଣା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ। ଘଟଣାରୁ ପ୍ରକାଶ ଆଗରପଡା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ସ୍ୱର୍ଗତ ପିତାମ୍ବର ପଣ୍ଡାଙ୍କ ଛଅ ପୁଅ ଝିଅଙ୍କ ମଧ୍ୟରେ ମାଧ୍ୟମ ପୁତ୍ର ହୃଷିକେଶ ଅତ୍ୟନ୍ତ ଦୁର୍ଦ୍ଧାନ୍ତ ଏବଂ ଅସାମାଜିକ ଶ୍ରେଣୀର ବୋଲି ସ୍ନେହଲତା କହନ୍ତି। ଦୁଇଭାଇ ବାହାରେ ରହୁଥିବା ଦୃଷ୍ଟିରୁ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତିରୁ ମିଳୁଥିବା ଅର୍ଥ ନିଜେ ଚଳୁ କରନ୍ତି। ବିବାହିତା ଭଉଣୀ ମାନଙ୍କ ଠାରୁ ସମୟ ସମୟରେ ନିଜର ଅତ୍ୟାବଶ୍ୟକତା ର ଆଳ ଦେଖେଇ ଟଙ୍କା ଧାର ଆଣିବା ନିୟମିତ ଅଭ୍ୟାସ ବୋଲି ତାଙ୍କ ଭଉଣୀ ସ୍ନେହଲତା କହନ୍ତି। କିଛି ମାସ ତଳେ ନିଜର ବ୍ୟବସାୟ ଚଲେଇବା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଧାର ସୂତ୍ରରେ ପର୍ଯାୟ କ୍ରମେ ନେଇଥିଲେ। ଟଙ୍କା ମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦିଅନ୍ତି। ଏଠାରେ ପ୍ରକାଶ କରିବାକୁ ଚାହୁଁ ହୃଷିକେଶ ପଣ୍ଡା ପୌତୃକ ସମ୍ପତି( ନଦୀ ପଠା ପାଳ ଜମି )ଜମିରେ ମନ ଇଚ୍ଛା ମାଟି ତାଡି ଇଟା ବ୍ୟବସାୟ କରୁଛନ୍ତି। ସମ୍ପତି ଭାଗ ବଣ୍ଟା ହେଇନଥିବାରୁ ସାନ ଭଉଣୀ ସ୍ନେହଲତା ଜେସିବି ମେସିନରେ ମାଟି ଉଠେଇବା କାର୍ଯ୍ୟକୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହେଇ ବଡ଼ ଭାଇ ହୃଷିକେଶ କକା ପୁଅ ଭାଇ ଜ୍ୟୋତି ଶଙ୍କର ସହିତ ମିଶି ସ୍ନେହଲତା କୁ ସଂଗବଦ୍ଧ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ଆହତ ସ୍ନେହଲତା କୁ ଗ୍ରାମବାସୀ ଉଦ୍ଧାର କରି ଆଗରପଡା ମେଡିକାଲ ଭର୍ତ୍ତି କରିଥିଲେ। ଏହା ଉପରେ ଏତଲା ହେବାପରେ ଆଗରପଡା ଥାନା ପୋଲିସ ଗୋଟିଏ କେସ ଅଧିନିୟମ ୧୮୬୦ ଧାରା ୩୪୧,୨୯୪,୩୨୩,୩୫୪,୫୦୬/ ୩୪ ରେ କେସ ରୁଜୁ କରି ତଦନ୍ତ ଚଳେଇଛି। ତଦନ୍ତରେ ବିଳମ୍ବ ହେଲେ ପ୍ରତିପକ୍ଷ, ସାକ୍ଷୀ ମାନଙ୍କୁ ଧମକ କିମ୍ୱା ଅର୍ଥ ଲାଳସା ଦେଇ ନିଜ ସପକ୍ଷକୁ ନେବା ସମ୍ଭାବନା ଅଧିକ। ତେଣୁ ପୋଲିସ ଯଥାଶୀଘ୍ର ଆସାମୀ ମାନଙ୍କୁ ହେପାଯତ କୁ ନେବା ସହିତ ତଦନ୍ତକୁ ତ୍ୱରାନ୍ୱିତ କଲେ ତଦନ୍ତ ନିରପେକ୍ଷ ହେବ ବୋଲି ପିଡିତା ଆମ ସମ୍ବାଦଦାତାଙ୍କୁ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: