କଟକ,୨୫।୧: ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅଙ୍କ ପରଲୋକ|ବାପାଙ୍କ ମୃତ୍ୟୁର ଠିକ୍ ବର୍ଷକ ପରେ ଚାଲି ଯାଇଛନ୍ତି ସ୍ବର୍ଗତଃ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାସେ ହେଲା ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ତାଙ୍କ ମୃତ୍ୟୁ ପରେ କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ତେବେ ସମସ୍ତଙ୍କର ପ୍ରିୟ ଅଭିନେତା ମିହିରଙ୍କ ଶୂନ୍ୟସ୍ଥାନ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବ ହେଉଛି । ଏହା ମଧ୍ୟରେ ଅକ୍ଲାନ୍ତଙ୍କ ଅଚାନକ ମୃତ୍ୟୁ ତାଙ୍କର ପରିବାର ପାଇଁ ଆଣି ଦେଇଛି ଦାରୁଣ ଦୁଃଖ । ମିହିରଙ୍କ ବଡ଼ ପୁଅ ଓଡ଼ିଆ ଫିଲ୍ମ ଜଗତର ଜଣେ ଆଗଧାଡ଼ିର ଅଭିନେତା । ସେ ଅନେକ ଫିଲ୍ମରେ ଅଭିନୟ କରି ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |