ବ୍ରହ୍ମପୁର-୯/୩(ମନୋଜ କୁମାର ପାତ୍ର):ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ସ୍ବୟଂସିଦ୍ଧା ମହିଳା ସଂଗଠନ ତରଫରୁ ବ୍ରହ୍ମପୁର ସ୍ଥିତ ପାଣ୍ଡବ ନଗର ଠାରେ ସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ରଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ପାଳନ କରାଯାଇଛି।ମହିଳା ମାନଙ୍କୁ ସମାଜରେ ସୁରକ୍ଷା, ଅଧିକାର ଓ ସ୍ବାଭିମାନର ସହ ରହିବା ପାଇଁ ସ୍ବୟଂସିଦ୍ଧା ମହିଳା ସଂଗଠନ କାମ କରି ଆସୁଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଅନୁରାଧା ସାହୁଙ୍କ ସହ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |