ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ

ଗଞ୍ଜାମ,୩୦ ।୧ : ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ରୁମ୍ । ଇଣ୍ଡୋ-ଆମେରିକାନ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି । ସ୍ମାର୍ଟ କ୍ଲାସ ରୁମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛତ୍ରପୁର ବ୍ଲକର ୧୮ଟି ବିଦ୍ୟାୟଳରେ ଏକକାଳୀନ ଚାଲିଛି ସ୍ମାର୍ଟ କ୍ଲାସ୍ । ତେବେ ନିକଟରେ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଓ ବିଇଓ ଅବିନାଶ ଶତପଥି ପରିଦର୍ଶନ କରି ୨ଟି ବିଦ୍ୟାଳୟରେ ସ୍କାର୍ଟ କ୍ଲାସ ନିମନ୍ତେ ଆବଶ୍ୟକୀୟ ଥିବା ବିଭିନ୍ନ ଭିତ୍ତିଭୂମିର ତଦାରଖ କରିଥିଲେ । ସ୍ମାର୍ଟ କ୍ଲାସ ନିମନ୍ତେ ଆବଶ୍ୟକୀୟ କୋଠରୀ, ବିଦ୍ୟୁତ ସୁବିଧା ଓ ପାନୀୟ ଜଳ ସମେତ ବିଭିନ୍ନ ସୁବିଧା ସମ୍ପର୍କରେ ସେମାନେ ବୁଲି ଦେଖିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!