ସ୍ମୃତିରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ନୂଆଦିଲ୍ଲୀ, ୨୮/୦୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସଙ୍ଗୀତ ଜଗତରେ ସେ ଜୀବନ୍ତ କିମ୍ବଦନ୍ତୀ ଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରିଆସିଛନ୍ତି।  ମନେ ପଡନ୍ତି ସୁର ସାମ୍ରାଜ୍ଞୀ । ସେ ସିନା ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ସେ ସର୍ବଦା ଆମ ହୃଦୟରେ ଅଛନ୍ତି। ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ଅବଦାନ ଅତୁଳନୀୟ ।   ଅନେକ ଭାଷାରେ ଗୀତ ଗାଇବା ସହ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୮ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ବହୁ ପରିଚିତ ନାମ।  ଆଜି ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଲତାଜୀଙ୍କ ୯୩ ତମ ଜନ୍ମଦିନ। ଆଜି ଜନ୍ମଦିନରେ ପୁଣି ଜୀବନ୍ତ ହୋଇ ଉଠିଛି ଲତାଙ୍କ ସ୍ମୃତି। ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଏହା ସହ ସରକାର ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ।ଲତା ହିନ୍ଦୀ-ମରାଠୀ ସମେତ ପ୍ରାୟ ୮ଟି ଚଳଚ୍ଚିତ୍ରରେ କାମ କରିଥିଲେ। ୧୯୪୯ ମସିହାରେ ହିନ୍ଦୀରେ ‘ମହଲ’ ଚଳଚ୍ଚିତ୍ରରୁ ପ୍ରସିଦ୍ଧ ଗୀତ ‘ଆୟେଗା ଆନେୱାଲା’ ଗାଇବାର ସୁଯୋଗ ପାଇଲେ। ଏହି ଗୀତଟି ଫିଲ୍ମର ଭେଟେରାନ୍ ଅଭିନେତ୍ରୀ ମଧୁବାଲାଙ୍କ ଥିଲା।  ପ୍ରଥମ ମରାଠୀ ଗୀତ ୧୯୪୨ ମସିହାରେ ‘କିର୍ତ୍ତୀ ହାସାଲ’ରେ ଗାଇଥିଲେ । ଏହା ବ୍ୟତୀତ ୧୯୫୮ ରୁ ୧୯୯୪ ପର‌୍ୟ୍ୟନ୍ତ ଅନେକ ଫିଲ୍ମଫେୟାର ଆୱାର୍ଡ , ନ୍ୟାଶନାଲ ଆୱାର୍ଡ ,ପଦ୍ମଭୂଷଣ, ଦାଦାସାହେବ ଫାଲକେ ଆୱାର୍ଡ, ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ରାଜୀବ ଗାନ୍ଧୀ ପୁରସ୍କାର ଭଳି ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ସର୍ବଦା ସମସ୍ତଙ୍କ ସ୍ମୃତିରେ ରହିବେ।ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ନାମରେ ଅଯୋଧ୍ୟାରେ ନିର୍ମିତ ହୋଇଥିବା ସ୍ମୃତି ଛକର ଆଜି   ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡି ସ୍ମୃତି ଛକର ଉଦ୍‌ଘାଟନ କରବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ଯୋଡ଼ି ହେବେ|ଅଯୋଧ୍ୟାର ନୟାଘାଟ ବନ୍ଧା ଛକ ଏବଂ ଲତା ମଙ୍ଗେଶକର ଛକ ନାମରେ ନାମିତ ହେବ।୭.୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଲତା ମଙ୍ଗେଶକର ଛକରେ ତାଙ୍କର ସମସ୍ତ ଭଜନ ଗୁଞ୍ଜରିତ ହେବ। ମା ଶାରଦାଙ୍କ ବୀଣା ସୁର ସାମ୍ରାଜ୍ଞୀ ଛକର ପରିଚୟ ହେବ। ଏହି ବୀଣାର ଲମ୍ଵ ୧୦.୮ ମିଟର ଏବଂ ଉଚ୍ଚତା ୧୨ ମିଟର ରହିଛି। ୧୪ ଟନ୍ ଓଜନ ବିଶିଷ୍ଟ ଏହି ବୀଣାର ନିର୍ମାଣ ପାଇଁ ୭୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। କଂସା ଏବଂ ଷ୍ଟେନଲେସ୍ ଷ୍ଟିଲ୍‌ରେ ଏହାର ନିର୍ମାଣ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: