କଟକ,୧୪/୦୬ : ରାଜାବଗିଚାସ୍ଥିତ ସର୍ବୋଦୟପୁରର ୧୭ ବର୍ଷୀୟ ବାଳକ ସ୍ମୃିତରଞ୍ଜନ ମହାନ୍ତି । ମାତ୍ର ୧୨ଟି ଡିଆସିଲି କାଠି ଦ୍ୱାରା ତିଆରି କରିଛନ୍ତି ମାତ୍ର ୨.୭ ଇଞ୍ଚର ନନ୍ଦିଘୋଷ ରଥ । ଯାହାକୁ ସେ ଚମତ୍କାର ଭାବେ ରଙ୍ଗ ମଧ୍ୟ ଦେଇଛନ୍ତି । ତା’ ସହିତ ଜଳା ମହମବତୀକୁ କାଟି ସେଥିରେ ତିଆରି କରିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ । ତାଙ୍କର ଏହି ଚମତ୍କାର କଳାକୁ ନେଇ ସାଧାରଣରେ ବେଶ୍ ପ୍ରସଂଶା କରାଯାଉଛି । ରାଜାବଗିଚା ଅଞ୍ଚଳରେ ବସବାସ କରୁଥିବା ସ୍ମୃତିରଞ୍ଜନ ବର୍ତ୍ତମାନ ଜେକେବିକେ କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି । ଛୋଟ ବେଳୁ ଚିତ୍ରାଙ୍କନ ପ୍ରତି ଆଗ୍ରହ ରଖୁଥିବା ସ୍ମୃତିରଞ୍ଜନ ପିଲାଟୁ ବେଳୁ ହିଁ ଜଗନ୍ନାଥଙ୍କ ଭକ୍ତ । ଗତ କିଛି ବର୍ଷ ହେବ କୋଭିଡ୍ ପାଇଁ ରଥଯାତ୍ରା ହେଉ ନ ଥିବାରୁ ଜଗନ୍ନାଥଙ୍କ ଭକ୍ତଙ୍କ ସମେତ ସେ ମଧ୍ୟ ନିରାଶ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଅନେକ ଜଗନ୍ନାଥଙ୍କ ଚିତ୍ରା ଅଙ୍କନ କରି ନିଜକୁ ମନକୁ ଗୋଟିଏ ପ୍ରକାରର ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଏମିତିକି ଜଗନ୍ନାଥଙ୍କ ଅନେକ ଅବତାରର ସେ ଚିତ୍ରା ଆଙ୍କି ସାରିଛନ୍ତି । ଏହା ମଧ୍ୟରେ ଗତ କିଛି ଦିନ ପୂର୍ବେ ସେ ଦିଆସିଲି କାଠି ଦ୍ୱାରା ୬ ଇଞ୍ଚ୍ ବିଶିଷ୍ଟ ରଥ ନିର୍ମାଣ କରିଥିଲେ । କିନ୍ତୁ ସେଥିରେ ମନ ମାନି ନ ଥିଲା । ଏବେ ସେ ୨.୭ ଇଞ୍ଚ୍ରେ ରଥ ତିଆରି କରି ସେଥିରେ ରଙ୍ଗ ଦେଇଛନ୍ତି । ଆଗକୁ ୧.୫ ଇଞ୍ଚର ରଥ ତିଆରି କରିବା ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |