ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ନାଗୁପଡା ବାସୀ

କଳାହାଣ୍ଡି,୧୨/୧୦(ସୁରେଶ ଚନ୍ଦ୍ର ସାହୁ):ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ହେଲେ ବାସ୍ତବ ରେ ଏହା କେତେ ଦୁର ସଫଳ ରୁପାୟନ ହୋଇଛି ଏହି ବାସ୍ତବ ଚିତ୍ର ରୁ ଜଣା ପଡୁଛି । ଯାତାୟତ କରିବା ପାଇଁ ପକ୍କା ରାସ୍ତା କି ପୋଳ ରହିଛି ନା ବିଜୁଳି ଓ ପାନୀୟ ଜଳ ଭଳି ଅନେକ ପ୍ରକଳ୍ପ ରୁ ସୁବିଧା ପାଇ ପାରୁଛନ୍ତି ଲୋକେ । ତେବେ ଏ ଭଳି ସୁବିଧାରୁ ବଞ୍ଚିତ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପାଇକ୍ କେନ୍ଦୁମୁଣ୍ଡି ଗ୍ରାମପଞ୍ଚୟତ ସ୍ଥିତ ନାଗୁପଡ଼ା ଗ୍ରାମବାସୀ। ଏହି ଗାଁରେ ଏବେବେ ଅପହଞ୍ଚ ହୋଇ ରହି ପଡିଛି ବିକାଶର ଚିତ୍ର । ତେବେ ଏହି ଗାଁରେ ଥିବା ଛଞ୍ଚାଣ ନଦୀରେ ପୋଲ ନିର୍ମାଣ ପାଇଁ ଦାବି କରିବା ସହ ଦୁଇ ଥର ଭୋଟ ବର୍ଜନ କରିଥିଲେ ଅଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ । ତେବେ ଏଠାକାର ଲୋକେ ଅନେକ ଅସୁବିଧାର ସମ୍ମୁଖିନ ସହ ବର୍ଷା ହେଲେ ରୋଗି ଓ ଗର୍ଭବତୀଙ୍କୁ ଖଟିଆ ରେ ନେବାକୁ ବାଧ୍ୟ ହୋଇଥାନ୍ତି । ଏନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଠି ଫଳ ଶୁନ । ଯଦି ଜରୁରି କାମ କିମ୍ବା ସ୍କୁଲ କଲେଜ କୁ ଯିବାକୁ ହେଲେ ବିପଦ ପୂର୍ଣ୍ଣ ଅବସ୍ଥାରେ ନଇ ପାରିହେବା ସହ ଯାତାୟତ କରିବା କୁ ହୁଏ । ସରକାର କେବେ ଏମାନଙ୍କ ସ୍ଵପ୍ନ ପୂରଣ କରୁଛନ୍ତି ତାହା ଦେଖିବାକୁ ରହିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: