ସ୍ୱାମୀଙ୍କ ମୃତ୍ୟୁର ଖବର ଶୁଣି ଆତ୍ମହତ୍ୟା କଲେ ସ୍ତ୍ରୀ

ରାଜକନିକା ୩୦/୫ : ସ୍ୱାମୀଙ୍କ ମୃତ୍ୟୁର ଖବର ଶୁଣି ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ମରଶରୀରର ଘରେ ପହଞ୍ଚିବା ପୂର୍ବରୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । କେନ୍ଦ୍ରାପଡ଼ା ରାଜକନିକା ଚେରଣ୍ଟପଡ଼ା ଗାଁର ଘଟିଛି ଏପରି ଘଟଣା ।   ଖବର ଅନୁଯାୟୀ, , ଚେରଣ୍ଟପଡ଼ା ଗାଁର ଅବସରପାପ୍ତ ପୋଷ୍ଟମାଷ୍ଟର ମଦନ ମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ ଭଦ୍ରକ ଡିଆର୍‌ଡିଏ ଅଧୀନରେ ଥିବା ଆର୍‌ଜିପିଏସ୍‌ ସ୍କିମ୍‌ରେ ଡିପିଏମ୍‌ ଭାବରେ ନିଯୁକ୍ତି ପାଇଥିଲେ । ଦୈନିକ ସେ ଘରୁ ବାଇକ୍‌ରେ ଭଦ୍ରକକୁ ଯିବା ଆସିବା କରନ୍ତି। ତେବେ ଗତ ୨୫ ତାରିଖ ସଂଧ୍ୟାରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ମହୁଲିଆ ଛକରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ରାଜକନିକା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇ ତାଙ୍କ ପତ୍ନୀ ସ୍ୱପ୍ନାରାଣୀ ଘରେ ବେକରେ ବେଡ୍‌ସିଟ୍‌ ଲଗାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀ ମାସରେ ଅଶୋକବଜାରର ନୟନା ମଣ୍ଡପରେ ସେମାନଙ୍କର ବିବାହ ହୋଇଥିଲା । ପୁଅ ଓ ବୋହୂଙ୍କ ମୃତ୍ୟୁରେ ବାପା ମଦନମୋହନ ଓ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ନବଦମ୍ପତିଙ୍କ ମରଶରୀରକୁ କାଳିକପୁର ଗ୍ରାମ ଶ୍ମସାନ୍ ରେ ସଂସ୍କାର  କରାଯାଇଥିବାର ଜଣାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: