ମାର୍ଶାଘାଇ, ୨୩/୦୬ : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା ମଧ୍ୟରେ ) ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବି (୪୫)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି। ପାଟକୁରା ଥାନା ତେଣ୍ଡାକୁଡ଼ା ଗ୍ରାମର ସୟଦ ମାନାନା ଅଲ୍ଲୀ ବୁଧବାର ବିଳମ୍ଵିତ ରାତିରେ ଏକ ଟାଙ୍ଗିଆ ସାହାଯ୍ୟରେ ତାଙ୍କ ସ୍ତ୍ରୀ ପ୍ୟାରୁନ ବିବିଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ ଲୋକମାନେ ଏହା ଦେଖି ଅଭିଯୁକ୍ତ ସୟଦ ମାନାନାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଖଵର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ତେବେ ସୟଦ ଜଣେ ମାନସିକ ବିକୃତ ହୋଇଥିବା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |