ରାଜକନିକା,୨୧/୪ : ରାଜକନିକା ବ୍ଳକ୍ ଗଞ୍ଜା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟ ବିଜେପି ପ୍ରବକ୍ତା ଦିଲ୍ଲୀପ ମଲିକ । ପ୍ରବକ୍ତାଶ୍ରୀ ମଲିକଙ୍କ ସହିତ ବରିଷ୍ଠ ବିଜେପି ନେତା ବିଷ୍ଣୁ ଦାସ, ରାଜ୍ୟ ପରିଷଦ ସଭ୍ୟ ରଶ୍ମି ରଞ୍ଜନ ବେହୁରା ଏବଂ ଜିଲା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଚ୍ଛାୟତ ରାଜକନିକା ବଡ଼ାଗର ନେଉଳ ଗଡ଼ିଆ ଠାରେ ଆଳି ନିର୍ବାଚନ ମଣ୍ଡଳୀର ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ବେଳେ ତାଙ୍କ କାର ସହିତ ଅନ୍ୟ ଏକ କାର ମୁହାଁ ମୁହିଁ ଦୁର୍ଘଟଣା ଘଟିଥିଲା । ଫଳରେ ଦୁଇଟି କାର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ବିଜେପି ନେତାମାନେ ସୁରକ୍ଷିତ ଭାବେ ଜୀବନ ରକ୍ଷା ପାରିଛନ୍ତି । ଏକ ବଡ଼ ବିପଦରୁ ବିଜେପି ନେତାମାନେ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ଜଣା ପଡ଼ିବା ପରେ ଶତାଧିକ ବିଜେପି କର୍ମୀ ଘଟଣାସ୍ଥଳରେ ପହଂଚି ଅନ୍ୟ ଗାଡ଼ିରେ ନେତାମାନଙ୍କୁ କାର୍ଯ୍ୟକ୍ରମକୁ ନେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |