ହକି ବିଶ୍ବକପ୍‌: ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍‌ସକୁ ହରାଇଲା

ଭୁବନେଶ୍ବର ,୧୩।୧:ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ହକି ବିଶ୍ବକପ୍‌ର  ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏଥିରେ ଆର୍ଜେଣ୍ଟିନା ୧-୦ ରେ ବିଜୟୀ ହୋଇଥିଲା।ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦଳ ମୁହଁମୁହିଁ ହୋଇଥିଲେ।  ଫ୍ରାନ୍ସକୁ ୮ ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଦମ୍‌ଦାର ବିଜୟ ହାସଲ କରିଛି। ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ବିଶ୍ୱକପ୍ ଇତିହାସରେ ୩ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଆରମ୍ଭରୁ ହିଁ ଦଳ ନିଜର ଦବ୍‌ଦବା ଜାହିର କରିଥିଲା ତେବେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯାଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ-ୱେଲ୍ସ  ମଧ୍ୟରେ  ମୁକାବିଲା  ଆରମ୍ଭ ହୋଇଥିଲା।ଇଂଲଣ୍ଡ ଟିମ୍‌ ହକି ବିଶ୍ବକପ୍‌ର ତୃତୀୟ ମ୍ୟାଚ୍‌ରେ ଶୁକ୍ରବାର ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରିଛି।  ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।ହକି ବିଶ୍ବକପ୍‌ରେ ଆଜିର ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ‌ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: